କେତେ ଟ୍ୟାକ୍ସ ଦେବେ ନୀରଜ? ଜାଣନ୍ତୁ କୋଟି କୋଟି ଟଙ୍କା ଉପହାର ପାଇଲେ ଟ୍ୟାକ୍ସ ଦେବା ଜରୁରୀ କି ନୁହେଁ ?

1 min read

ନାଁ ରଖିଲେ ସୁନାପୁଅ ନୀରଜ, ଦେଶ ପାଇଁ  ସୁନାମ ଅର୍ଜନ କରି ନିଜର ପ୍ରଥମ ଅଲମ୍ପିକ ଖେଳି ବର୍ତ୍ତମାନ ଭାରତକୁ ଫେରିଆସିଛନ୍ତି ନୀରଜ ଚୋପ୍ରା ନୀରଜଙ୍କ ସଫଳତା ପାଇଁ ସାରା ଦେଶ ଗର୍ବିତ |  ସେଥିପାଇଁ ନୀରଜଙ୍କୁ ଉପହାରର ବର୍ଷା ହେଉଛି..କୋଟି କୋଟି ଟଙ୍କାର ଉପହାର ନୀରଜଙ୍କୁ ମିଳୁଛି..ତେବେ ଏହାରି ଭିତରେ ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଖେଳାଳିମାନଙ୍କୁ ଯେଉଁ ସବୁ କୋଟି କୋଟି ଟଙ୍କା ଉପହାରରେ ମିଳୁଛି..ସେଥିପାଇଁ କଣ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ? ଅଧିକ ଆୟ ଉପରେ ଟ୍ୟାକ୍ସ ଦେବା ନିହାତି ଜରୁରୀ.. ତେବେ ଏହିଭଳି ସ୍ଥିତିରେ କଣ କରିବେ ଉପହାର ପାଇଥିବା ଖେଳାଳି..ଚାଲନ୍ତୁ ଜାଣିବା ସେ ବିଷୟରେ |

ଆୟକର ଅଧିନିୟମର ଧାରା ୧୦(୧୭ଏ) ଅନୁସାରେ , ଯଦି କେନ୍ଦ୍ର ଓ ରାଜ୍ୟ ସରକାର କୈାଣସି ବିଜେତା ଖେଳାଳିଙ୍କୁ କିଛି ବି ପୁରସ୍କାର ଦିଅନ୍ତି |  ତେବେ ଏହା ସମ୍ପୂର୍ଣ୍ଣ ଟ୍ୟାକ୍ସ ମୁକ୍ତ ରହିବ |  କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି) ୨୦୧୪ରେ ଅଲମ୍ପିକ ଗେମ୍ସ , ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିୟ ଗେମ୍ସରେ ପଦକ ବିଜେତାଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଉପହାର ସ୍ବରୂପ ମିଳୁଥିବା ଟଙ୍କା କିମ୍ବା ବସ୍ତୁ ପାଇଁ ଟ୍ୟାକ୍ସ ଫ୍ରୀ କରିବାର ଆଦେଶ ଦିଆଯାଇଥିଲା | ତେଣୁକରି ଏହିଭଳି ସ୍ଥିତିରେ ବିଜେତା ଖେଳାଳିଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ |  ତେବେ ରାଜ୍ୟ ଓ କେନ୍ଦ୍ର ଛଡା ଯଦି ଅନ୍ୟ କେହି ଖେଳାଳୀଙ୍କୁ ଉପହାର ଦିଅନ୍ତି ତେବେ ସେଥି ପାଇଁ ଟ୍ୟାକ୍ସ ଦେବାକୁ ପଡିବ..ଯେମିତିକି ଆନନ୍ଦ ମହିନ୍ଦ୍ରା ନୀରଜ ଚୋପ୍ରଙ୍କୁ କାର୍ ଉପହାରରେ ଦେଇଛନ୍ତି |  ସେଥିପାଇଁ ନୀରଜ ଚୋପ୍ରାଙ୍କୁ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ | ଏହା ମାଗଣା ହୋଇପାରିବ ନାହିଁ |

 

ଆୟକରର ଆଇନ ଅନୁସାରେ ,କେବଳ ବିଜେତା ଖେଳାଳିଙ୍କ ଦ୍ବାରା ପ୍ରାପ୍ତ ପୁରସ୍କାର ହିଁ ଟ୍ୟାକ୍ସମୁକ୍ତ ରହିବ.. ଅନ୍ୟ ଖେଳାଳି,କୋଚ୍ ଇତ୍ୟାଦିଙ୍କୁ ମିଳିଥିବା ପୁରସ୍କାରରେ  ଟ୍ୟାକ୍ସ ଦେବାକୁ ପଡିବ.. ଯଦି ଉଦାହରଣ ନେବା ତେବେ ମହିଳା ଦଳର ୯ ଜଣ ସଦସ୍ୟଙ୍କୁ  ହରିୟାଣା ସରକାର ଦେଇଥିବା ପୁରସ୍କାର ରାଶି ଉପରେ ଟିକସ ଦେବାକୁ ପଡିବ..

ଏବେ ଚାଲନ୍ତୁ ନଜର ପକାଇବା ସୁନା ଜିତିଥିବା ନୀରଜ ଚୋପ୍ରା କେତେ ପୁରସ୍କାର ପାଇଲେ?

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ହରିୟାଣା ସରକାର ୬ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

ପଞ୍ଜାବ ସରକାର ନୀରଜ ଚୋପ୍ରାଙ୍କୁ ୨ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛନ୍ତି।

ରେଳବାଇ ୩ କୋଟି ଟଙ୍କା ଏବଂ ମଣିପୁର ସରକାର ୧ କୋଟି ଟଙ୍କା ଘୋଷଣା କରିଛି।

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ବିସିସିଆଇ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି..

ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି।

ମହିନ୍ଦ୍ର ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ନୀରଜଙ୍କୁ XUV700 ପୁରସ୍କାର ଦେବାର ଘୋଷଣା କରିଛନ୍ତି..

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ମଧ୍ୟ ନୀରଜ ଚୋପ୍ରାଙ୍କ ପାଇଁ  ୭୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ଆପଣମାନେ ଜାଣିବା ଦରକାର ୫୦ ହଜାରରୁ ଅଧିକ ଟଙ୍କା କିମ୍ବା ପୁରସ୍କାର ଉପରେ ଟିକସ ଦେବାକୁ ପଡିଥାଏ | ପ୍ରଚଳିତ ନିୟମ ଅନୁଯାୟୀ, ଯଦି ଆପଣ ୫୦ହଜାରରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରନ୍ତି, ତେବେ ଆପଣଙ୍କୁ ଏହା ଉପରେ ଟିକସ ଦେବାକୁ ପଡିବ | ବେଳେବେଳେ ଆପଣ ଗୋଟିଏ ବର୍ଷରେ ଅନେକ ଥର ଉପହାର ପାଆନ୍ତି ଏବଂ ଏହାର ମୋଟ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହୋଇପାରେ | ଏପରି ପରିସ୍ଥିତିରେ, ଆୟକର ରିଟର୍ଣ୍ଣ ଦାଖଲ କରିବାବେଳେ ଏହାକୁ ଧ୍ୟାନରେ ରଖିବା ଉଚିତ୍ | ଆପଣଙ୍କୁ ଆୟକରରେ ୫୦ହଜାର ରୁ ଅଧିକ ଉପହାର ବିଷୟରେ ସୂଚନା ଦେବାକୁ ପଡିବ | ଯଦି ଆପଣ ଏହି ସୂଚନା ଆୟକର ବିଭାଗକୁ ଲୁଚାନ୍ତି, ତେବେ ଆପଣ ପରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ତେଣୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ନୀରଜଙ୍କୁ ପୁରସ୍କାର ବାବଦରେ ଯେଉଁ ଟଙ୍କା ଦେବେ ତାଉପରେ କର ଲାଗିବ ନାହିଁ କିନ୍ତୁ ଅନ୍ୟ କୌଣସି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଯଦି ଟଙ୍କା ଦିଅନ୍ତି ନୀରଜଙ୍କୁ ସେଥିପାଇଁ ଟ୍ୟାକ୍ସ ଦେବାକୁ ପଡିବ ।

Leave a Reply