କଳିଙ୍ଗ ରଣଭୂମୀରୁ ଟୋକିଓ ରଣାଙ୍ଗନ, ‘ସୁନାପୁଅ’ର ଓଡ଼ିଶା ଲିଙ୍କ୍

ନନ୍ଦିଘୋଷ ବ୍ୟୁରୋ: ଶେଷରେ ସୁନା ପୁଅ ନିରୋଜ ଭାରତକୁ ଭେଟିଦେଲେ ସୁନା  । ଆଜିର ମ୍ୟାଚରୁ ହିଁ ଅଲିମ୍ପିକ୍ସରୁ ବିରାମ ନେଉଥିଲା ଭାରତ । ପ୍ରଥମେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବ୍ରୋଞ୍ଜ । ପରେ ପରେ ଭାରତକୁ ସ୍ୱର୍ଣ୍ଣ ଦେବାର ଆଶା ଦେଖାଇଥିଲେ ଜାଭେଲିନ ଖେଳାଳି ନୀରଜ ଚୋପ୍ରା । ଦ୍ୱିତୀୟ ସୁଯୋଗରେ ନୀରଜ ଲେଖିଥିଲେ ଇତିହାସ । କିନ୍ତୁ ନୀରଜଙ୍କ ଇତିହାସ ପଛର କାହାଣୀ ଏହି  ଓ଼ଡ଼ିଶାରୁ ଆରମ୍ଭ  ।  କଳିଙ୍ଗ ଷ୍ଟାଡ଼ିୟମ ନୀରଜଙ୍କୁ ଦେଖାଇଥିଲା ନୂତନ ଦିଶା  ।  ଜାଭେଲିନ୍ ଥ୍ରୋର ନିହାଣରେ ନୀରଜଙ୍କୁ କରିଥିଲା ଶକ୍ତ  । ଯେତେବେଳେ ପଞ୍ଜାବରେ ଟ୍ରେନିଂ ନେଉଥିବା ନିରୋଜଙ୍କୁ ସାଥ ଦେଇନଥିଲା ପାଗ, ସେତେବେଳେ ହାତ ଧରିଥିଲା କଳିଙ୍ଗ ଷ୍ଟାଡ଼ିୟମ  ।

କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟାନସିପରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହି ସମୟରେ ଦୁଇ ମାସରୁ ଅଧିକ ହେବ ସହ ଓଡ଼ିଶା ରହିଥିଲେ । କଳିଙ୍ଗ ଷ୍ଟାଡିୟମରେ ଲଗାତାର ଅଭ୍ୟାସ ଜାରି ରଖିଥିଲେ ନୀରଜ । କଳିଙ୍ଗରେ ଅଭ୍ୟାସ ତାଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିଲା ବୋଲି କହିଥିଲେ । ଅଭ୍ୟାସ ସମୟରେ କଳିଙ୍ଗ ଷ୍ଟାଡିୟମର ଉନ୍ନତ କ୍ରୀଡା ଭିତ୍ତିଭୂମିକୁ ଖୁବ୍ ପ୍ରଶଂସା କରିଥିଲେ ନୀରଜ । କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଏପରିକି ଅଲିମ୍ପିକ୍ସ ପାଇଁ କଳିଙ୍ଗ ଷ୍ଟାଡିୟମରୁ ନିଜର ପ୍ରିୟ ଅଭ୍ୟାସ ଗ୍ରାଉଣ୍ଡ ଭାବେ ବାଛିଥିଲେ ନୀରଜ ।

 

 

ପଞ୍ଜାବର ପଟିଆଲାରେ ନେତାଜୀ ସୁବାଷ ବୋଷ ଟ୍ରେନିଂ କ୍ୟାମ୍ପରେ ପ୍ରଶିକ୍ଷଣ ପାଇଁ ନିରୋଜ ପହଁଚିଥିଲେ  । ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଆରମ୍ଭ ହୋଇଥିଲା କସରତ  । କିନ୍ତୁ କସରତ ପୂର୍ବରୁ ନୀରଜଙ୍କୁ ଅସୁସ୍ଥ କରିଦେଇଥିଲା ସେଠାକାର ମୌସୁମୀ  । ପ୍ରଚୁର ଥଣ୍ଡା ପାଇଁ ପ୍ରଶିକ୍ଷଣ ନେବା ସମ୍ଭବପର ହେଉନଥିଲା  । ପରବର୍ତ୍ତୀ ସମୟରେ ଓଡିଶା ଆସିବାକୁ ଚାହିଁଥିଲେ ଜାଭଲିନ ଖେଳଳି ନୀରଜ  । ଶେଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ୨୦୨୦ ମସିହା ଡିସେମ୍ବର ମାସରେ ପହଁଚିଥିଲେ ନୀରଜ  । ସାଥି ଖେଳାଳି ଶିବପାଲ ସିଂ, ଅନୁ ରାଣୀ, ରୋହିତ ଯାଦବ ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମରେ ପହଁଚିଥିଲେ  ।

ଟୋକିଓ ଅଲିମ୍ପିକ୍ସ ପାଇଁ ଶେଷରେ ଜାଭେଲିନ କସରତର ଶେଷ ପ୍ରୟୋଗଶାଳା ପାଲଟିଥିଲା କଳିଙ୍ଗ ଷ୍ଟାଡ଼ିୟମ  । ଆଇ ଏହି ଠାରୁ ହିଁ ରଣନୀତି ପ୍ରସ୍ତୁତ କରିଥିଲେ ଆଜିର ସୁନା ପୁଅ ନୀରଜ  । ୨୦୧୭ ମସିହା ଏସିଆନ ଚମ୍ପିଆନସିପରେ ସ୍ୱର୍ଣ୍ଣ ଆଣିଥିବା ହରିଆଣାର ହିରୋ ହିଁ କଳିଙ୍ଗ ଷ୍ଟାଡ଼ିୟମର କ୍ରୀଡା ପରକିବେଶକୁ ପସନ୍ଦ କରିଥିଲେ  । ଓଡି଼ଶାର ପାଣିପାଗ ତାଙ୍କୁ ପ୍ରଶିକ୍ଷଣ ପାଇଁ ଆହୁରି ସକ୍ଷମ କରିଥିବା ସେ ନିଜେ ପ୍ରକାଶ କରିଥିଲେ  ।  ସେତେବେଳେ ବି ସେ ପ୍ରତିଶ୍ରୁତିବଦ୍ଧ ରହିଥିଲେ ଯେ ନିଶ୍ଚେ ଟୋକିଓରୁ ସୁନା ନେଇ ଫେରିବେ  । ଏବଂ ଶେଷରେ କଳିଙ୍ଗଷ୍ଟାଡ଼ିୟମର ରଣଭୂମୀରୁ ଟୋକିଓ ରଣାଙ୍ଗନକୁ ଯାଇଥିବା ନୀରଜ ଚୋପ୍ରା ସ୍ୱର୍ଣ୍ଣୀୟ ଇତିହାସରେ ଦସ୍ତଖସ୍ତ କରିଛନ୍ତି, ଶେଷ ମ୍ୟାଚରେ ଭାରତକୁ ସୁନା ଭେଟି ଦେଇଛନ୍ତି  ।

 

Leave a Reply