ଅନ୍ୟନ୍ୟାଙ୍କୁ ଏନସିବର ସମନ: ସୋମବାର ହାଜର ହେବକୁ ନୋଟିସ୍

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଡ୍ରଗ୍ସ ଖଟିରେ ଆଉ କିଏ । ହ୍ୱାଟସ୍ଆପ୍ ଚାଟ୍ରୁ ଗୁମର ଖୋଜୁଛି ଏନସିବି । ଆର୍ଯ୍ୟନ ଖାନ୍ଙ୍କ ସହ ସମ୍ପର୍କକୁ ଅନନ୍ୟାଙ୍କୁ ଗତକାଲି ୪ ଘଣ୍ଟା ଧରି ଜେରା କରିଥିଲା ଏନସିବି । ଏଥିରେ ଆର୍ଯ୍ୟନଙ୍କ ସହ ବନ୍ଧୁତାଙ୍କୁ ସମ୍ପୂର୍ଣ୍ଣ ରୁପେ ଖଣ୍ଡନ କରିଛନ୍ତି ଅନନ୍ୟା । ହ୍ୱାଟସ୍ଆପ୍ ଚାଟ୍ ଅନୁସାରେ ଡ୍ରଗ୍ସ କିଏ ଯୋଗାଉଥିଲା ? ସିଧାସଳଖ ଡ୍ରଗ୍ସ ପେଡଲରଙ୍କ ସହ ନିଶା କାରବାରରେ ସମ୍ପୃକ୍ତ ଥିଲେ କି ? ପ୍ରତିଥର କେତେ ପରିମାଣରେ ଡ୍ରଗ୍ସ କିଣୁଥିଲେ ଅନନ୍ୟା ? କେବେଠାରୁ ଆର୍ଯ୍ୟନ ଖାନ୍ ସହ ଡ୍ରଗ୍ସ ସେବନ କରୁଛନ୍ତି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଅନନ୍ୟା । ଏପଟେ ଏନସିବି କିନ୍ତୁ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇନାହିଁ । ଏଥିପାଇଁ ଆସନ୍ତା ସୋମବାର ପୁଣି ଅନନ୍ୟାଙ୍କୁ ଏନସିବି ସମନ କରିଛି ।