ରାଜଧାନୀରେ ତଣ୍ଟି କାଟି ଲୁଟ ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ସିଆରପି ଅଞ୍ଚଳରେ ତଣ୍ଟି କାଟି ମୋବାଇଲ ଛଡ଼ାଇବା ଉଦ୍ୟମ ଘଟଣାରେ ଗିରଫ ହେଲା ଅଭିଯୁକ୍ତ। ଆକ୍ରମଣ ପରେ ଆହତ ମହିଳା ନୟାପଲି ତାନାରେ ଏତଲା ଦେଇଥିଲେ । ତେବେ ଏହାପରେ ଲୁଟେରାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା। ତେବେ ଆଜି ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରିଛି ନୟାପଲି ଥାନା ପୋଲିସ୍ ।
ସୂଚନାଯୋଗ୍ୟ, ଗତ ମେ ୩୧ ତାରିଖରେ ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ନୟାପଲ୍ଲୀ ଭିଆଇପି ରୋଡ଼ରେ ଜଣେ ଦୁର୍ବୃତ୍ତ ତାଙ୍କୁ ଏକୁଟିଆ ଦେଖି ଲୁଟ୍ ଉଦ୍ୟମ କରିଥିଲା । ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ଯାହାର ସମ୍ପୂର୍ଣ୍ଣ ଚିତ୍ର କଏଦ ସିସିଟିଭିରେ କଏଦ ହୋଇଥିଲା।