ମାଲବାହୀ ଟ୍ରକ୍ ତଳେ ଚାପି ହୋଇଗଲା ୨ କାର୍

1 min read

ନୟାଗଡ଼: PWD ବଙ୍ଗଳା ନିକଟରେ ୨କାରକୁ ଚାପିଦେଲା ମାଲବାହୀ ଟ୍ରକ । ନୟାଗଡ଼ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଦୁଇଟି କାର ଉପରେ ଗୋଟିଏ ଟ୍ରକ ଚଢିଯାଇଛି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଗୋଟିଏ କାରର ସାମନା ପଟ ଚେପା ହୋଇଥିବା ବେଳେ ଅନ୍ୟ ଏକ କାରର ପଛପଟ ସମ୍ପୂର୍ଣ୍ଣ ରୂପେ ଚେପା ହୋଇଯାଇଛି । ଏହା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ନାରାୟଣୀ ଟ୍ରାନ୍ସପୋର୍ଟର ଟ୍ରକ ନମ୍ବର -OR-02-AC-9069 ଗାଡ଼ିଟି ଦ୍ରୁତଗତିରେ ମାଡ଼ି ଆସୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ତେବେ ଘଟଣା ସ୍ଥଳରେ ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିବା ସହିତ ଘଟଣା ସ୍ଥଳରେ ଲୋକମାନଙ୍କୁ ବୁଝାସୁଝା ପରେ ଉତ୍ତେଜନା ହଟିଥିଲା । ତେବେ କେଉଁ ଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଉପରେ ଅଧିକ ତଦନ୍ତ ଚଳାଇଛି ନୟାଗଡ ଟାଉନ ଥାନା ପୋଲିସ ।

ଏଥିସହିତ ପଢ଼ନ୍ତୁ: ଜମି ଜମା ବିବାଦ; ପୋଲିସ ଉପସ୍ଥିତିରେ ଭାଇକୁ ଗୋଡ଼ାଇ ହାଣିଲା ଭାଇ