ନନ୍ଦିଘୋଷ ବ୍ୟୁରୋ: ପ୍ରେମିକା ମୃତ, ପ୍ରେମିକ ଗୁରୁତର । ନୟାଗଡ଼ ଶରଣକୂଳ ଥାନା ମଗରବନ୍ଧ ଗାଁରେ ଅଭାବନୀୟ ଘଟଣା । ଗାଁ ଶିବ ମନ୍ଦିରରେ ପ୍ରେମୀ ଯୁଗଳଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ । ନାବାଳିକା ପ୍ରେମିକା ମୃତ । ପ୍ରେମିକ ପୂର୍ଣ୍ଣଚନ୍ଦ୍ର ନାୟକ ଓରଫ ମିଥୁନ୍ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଶରଣକୂଳ ଥାନା ପୋଲିସର ତଦନ୍ତ ଜାରି । ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ, ପୂର୍ଣ୍ଣଚନ୍ଦ୍ର ନାବାଳିକାଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ମନ୍ଦିରକୁ ଡାକି ଫୁଙ୍କ ନଳୀରେ ପିଟି ପିଟି ହତ୍ୟା କରିଛି । ଏହାପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ନୟାଗଡରେ ପ୍ରେମିକ ପୂର୍ଣ୍ଣ ଚନ୍ଦ୍ର ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

