LIC ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟା ମାମଲା; ପରକୀୟା ପ୍ରୀତି ନୁହେଁ ସୁଧ ପାଇଁ ହୋଇଛି ହତ୍ୟା

1 min read

ପାଟକୁରା: ସୁଧ ପାଇଁ ଶୈଳେନ୍ଦ୍ରଙ୍କୁ ହତ୍ୟା । ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ଓରଫ ଶିବ ହତ୍ୟା ମାମଲାରେ ସାମ୍ନାକୁ ଆସୁଛି ସତ । ମୁହଁ ଖୋଲିଲେ ପାଟକୁରାରେ ଥିବା ପରିବାର ଲୋକ । ପରକ୍ରିୟା ପ୍ରୀତି ନୁହଁ ବରଂ ସୁଧ ଟଙ୍କା ନେଣଦେଣକୁ ନେଇ ହତ୍ୟା ହୋଇଛି ବୋଲି ଶୈଳେନ୍ଦ୍ରଙ୍କ ସ୍ତ୍ରୀ ସଂଘମିତ୍ରl ଜେନା, ଭିଣେଇ ଓ ପଡୋଶୀ ଅଭିଯୋଗ କରିଛନ୍ତି । ଶୈଳେନ୍ଦ୍ର ୧୫ବର୍ଷ ହେବ କଟକ ମହାନ୍ତିପଡାରେ ରହୁଥିଲେ । ଏଲଆଇସି ଏଜେଣ୍ଟ ଥିବା ସହ ଏକ ୱେବ୍ ଚ୍ୟାନେଲରେ ସାମ୍ବାଦିକତା କରୁଥିଲେ ।

ଏହାସହ ସେ ଘରୋଇ ସୁଧ କାରବାର ମଧ୍ୟ କରୁଥିଲେ । ଛୋଟ ବ୍ୟବସାୟୀଙ୍କୁ ସୁଧରେ ଟଙ୍କା ଦେଉଥିଲେ ଶୈଳେନ୍ଦ୍ର । ଭିଣେଇ ତଥା ଅବସରପ୍ରାପ୍ତ ସାମରିକ କର୍ମଚାରୀ ଶୁଚିଶୁଭ୍ର ସାହୁଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ସୁଧରେ ଲଗାଉଥିଲେ । ମୁଖ୍ୟ ଅଭିଯୁକ୍ତ ଦହିବରା ବେପାରୀକୁ ଶୈଳେନ୍ଦ୍ର ୨ ଲକ୍ଷ ଟଙ୍କା ଋଣ ଦେଇଥିଲେ । ସୁଧମୂଳ ବଢ଼ିଯାଇଥିଲା, ହେଲେ ଟଙ୍କା ଦେଉନଥିଲା ଦୀପୁ ।

ଉଭୟଙ୍କ ମଧ୍ୟରେ ବାରମ୍ବାର ବଚସା ବି ହୋଇଥିଲା । ତେଣୁ ଦୀପୁ ଓ ତା ସ୍ତ୍ରୀ ଚକ୍ରାନ୍ତ କରି ଶୈଳେନ୍ଦ୍ରଙ୍କୁ ଟଙ୍କା ଫେରାଇବାକୁ ନୟାଗଡ ଡକାଇଥିଲେ । ନୟାଗଡ଼ ଯିବା ଦିନ ଶୈଳେନ୍ଦ୍ର ସ୍ତ୍ରୀଙ୍କୁ ଜଣାଇ ଯାଇଥିଲେ । ହେଲେ ରାତି ୯ଟା ୪୦ ପରଠୁ ଶୈଳେନ୍ଦ୍ରଙ୍କ ଫୋନ ଅଫ୍ ହୋଇଯାଇଥିଲା । ଅlଜି ଶୈଳେନ୍ଦ୍ରଙ୍କ ଏକାଦଶାହ କର୍ମ ପାଟକୁରା ଜଗଦଳପୁର ସ୍ଥିତ ଘରେ ପାଳନ ହୋଇଛି ।

ପରିବାରରେ ଶୋକାକୂଳ ପରବେଶ ସୃଷ୍ଟି ହୋଇଛି । ଶୈଳେନ୍ଦ୍ର ଜଣେ ପରୋପକାରୀ ମଣିଷ ଥିଲେ ବୋଲି ପଡୋଶୀ କହିଛନ୍ତି । କିଛି ବର୍ଷ ପୂର୍ବେ ଶୈଳେନ୍ଦ୍ରଙ୍କ ବଡ଼ ଭାଇ ଦେବେନ୍ଦ୍ର ନାଥ ଜେନାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏବେ ସାନ ପୁଅ ଶୈଳେନ୍ଦ୍ରଙ୍କୁ ହତ୍ୟା କରାଗଲା । ବାପା ମା ଦୁଇ ପୁଅଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ।

ଅନ୍ୟପକ୍ଷରେ ନୂଆଗାଁ ପୋଲିସ ଏବଂ ସାଇଣ୍ଟିଫିକ ଟିମକୁ ମିଳିଛି ସବୁ ପ୍ରମାଣ । ପ୍ରମାଣ ଆଧାରରେ ଗତକାଲି ଦୁଇ ଜଣ ଅଭିଯୁକ୍ତ ସୁନିତା ସାହୁ ଏବଂ ସହଯୋଗୀ ସୁରୀକୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ସେପଟେ ମୁଖ୍ୟ ଅଭିଯୁକ୍ତ ସୁନିତାର ସ୍ବାମୀ ଦିପୁ ସାହୁ ଓ ଶ୍ବଶୂରକୁ ଆଜି ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଉଭୟଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ରେଡ କରୁଛି ସ୍ବତନ୍ତ୍ର ଟିମ୍ ।

ଗତକାଲି ସୁନୀତା ଓ ସୁରୀକୁ ନେଇ କ୍ରାଇମ ସିନ ରିକ୍ରିଏଟ ପରେ ମୃତ ଶୈଳେନ୍ଦ୍ରଙ୍କ ହାଡ଼ ଓ ଖପୁରୀ ପୋଲିସ ହାତରେ ଲାଗିଥିଲା। ଶୈଳେନ୍ଦ୍ରଙ୍କୁ ହତ୍ୟା ପରେ ପୋଡ଼ି ଦେଇ ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ହାଡ଼ ପକାଇ ଦେଇଥିଲେ ଅଭିଯୁକ୍ତ । ସ୍ବାମୀ ଦୀପୁ ହିଁ ହତ୍ୟାକାରୀ ବୋଲି ସ୍ତ୍ରୀ ସୁନୀତା ସ୍ବୀକାର କରିଛି । ସେପଟେ ସତ ଉଗାରିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ ।