ପୋଖରୀରେ ବୁଡ଼ି ବାପା-ଝିଅଙ୍କ ମୃତ୍ୟୁ

ନୂଆପଡ଼ା ଜିଲ୍ଲା ସଦର ମହକୁମା ସାଲେଭଟା ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ବାପା ଓ ଝିଅଙ୍କ ମୃତ୍ୟୁ ଘଟିଛି । ଆଜି ଦିନ ସକାଳ ୧୧ଟା ବେଳେ ରୋହିତ ମାଝି ଓ ତାଙ୍କ ଝିଅ ଦେବକୀକୁ ଧରି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଗାଧୋଇବାବେଳେ ଝିଅ ଦେବକୀର ଗୋଡ଼ ଖସି ଯାଇଥିଲା । ଝିଅ ପାଣିରେ ବୁଡ଼ୁଥିବା ଦେଖି ରୋହିତ ଉଦ୍ଧାର କରିବାକୁ ଯାଇ ସେ ବି ପାଣିରେ ବୁଡ଼ି ଯାଇଥିଲେ । ଖବରପାଇ ସ୍ଥାନୀୟ ଲୋକେ ବାପା ଓ ଝିଅଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ସେମାନଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି ।

ଏଥିସହିତ ପଢ଼ନ୍ତୁ: ଗୋଟିଏ ଅଟୋ ସହ ଜବତ ହେଲା ବିପୁଳ ପାରିମାଣର ନକଲି ଜର୍ଦ୍ଦା

 

Leave a Reply