ମାନସିକ ବିକାରଗ୍ରସ୍ତଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

Naxal Killed Mentally Ill Man In Bijapur

FILE

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ କାଟିଲେ ଗଳା । ଜଣେ ଗ୍ରାମବାସୀଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ହିଂସାକାଣ୍ଡ ଘଟାଇଛନ୍ତି ଲାଲବାହିନୀ । ବାସାଗୁଡ଼ା ଥାନା ତିମାପୁର ଗାଁରେ ବିଳମ୍ବିତ ରାତିରେ ୫ରୁ ୬ ଜଣ ଶସସ୍ତ୍ର ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାଳୟ, ସଂକ୍ରମଣ ବୃଦ୍ଧି ପରେ ବଦଳିଲା ନିଷ୍ପତ୍ତି

ଗାଁର ହେମନ୍ତ ବଡ଼ି ନାମକ ଜଣେ ମାନସିକ ବିକାରଗ୍ରସ୍ତଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରାଯାଇଛି । ହତ୍ୟା ପରେ ମୃତଦେହ ନିକଟରେ ଏକ ଚିଠି ମଧ୍ୟ ଛାଡ଼ିଛନ୍ତି ମାଓବାଦୀ । ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇଥିବା ବିଜାପୁର ଏସପି କମଳ ଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।

Leave a Reply