ନୂଆପଡ଼ାରେ ପୁଣି ମାଓ ହମଲା
1 min readନୂଆପଡା: ପୁଣି ନୂଆପଡ଼ାରେ ଲାଲବାହିନୀଙ୍କ ଆତଙ୍କ । ସିଆରପିଏଫ୍ ଯବାନଙ୍କ ଉପରକୁ ଆକ୍ରମଣ । ୩ ଯବାନ ଶହୀଦ ହୋଇଥିବା ସୂଚନା । ସୂଚନାନୁଯାୟୀ, ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ପlଟଧରା ସଂରକ୍ଷିତ ଜଙ୍ଗଲରେ ଘଟିଛି ଘଟଣା । ପାଟଧରା କ୍ୟାମ୍ପକୁ ଯାଉଥିବା ବେଳେ ୨୧୬ ବାଟାଲିୟନର ୧୯ ନମ୍ବର ଟିମର ଯବାନଙ୍କ ଉପରକୁ ମାଓବାଦୀ ଆତର୍କିତ ଗୁଳି ମାଡ଼ କରିଥିଲେ । ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା । ହେଲେ ଗୁଳିବିନିମୟରେ ତିନି ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା କରାଯାଉଛି ।
ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ ଯବାନମାନେ ହେଲେ ଏଏସଆଇ ଶିଶୁପାଳ ସିଂ, ଏଏସଆଇ ଶିବଲାଲ୍, କନେଷ୍ଟବଳ ଧର୍ମେନ୍ଦ୍ର ସିଂ । ଘଟଣା ସ୍ଥଳରେ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡା ଆରକ୍ଷୀ ଅଧିକ୍ଷକ ପହଞ୍ଚିଛନ୍ତି । ଅତିରିକ୍ତ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି । ମାଓବାଦୀ ଅଞ୍ଚଳରୁ ହଟିବା ଯାଏ ପୋଲିସ ଅପରେସନ ଚାଲିବ ବୋଲି ସୂଚନା ଦେଇଛନ୍ତି ନୂଆପଡ଼ା ଏସପି । ଶହୀଦ ୩ ଯବାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଶହୀଦଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ ।