ପ୍ରବାଦ ପୁରୁଷ ପାଇଁ ସ୍ମୃତିସ୍ତମ୍ଭର କି ପ୍ରୟୋଜନ: ବିଜେଡି

1 min read
Swargadwar Management To Be Handover To Swargadwar Seba Samiti

ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ସ୍ମୃତିସ୍ତମ୍ଭକୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତିକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ ନବୀନ ବାବୁ ସାମାନ୍ୟ ସ୍ୱାର୍ଥ ଅପେକ୍ଷା ଜନସ୍ୱାର୍ଥ ଅଧିକ ଗୁରୁତ୍ୱବହନ କରି କହି ନିଜ ମହାନତା ଆଉ ନିସ୍ୱାର୍ଥପରତାର ପରିଚୟ ଦେଇଛନ୍ତି ବୋଲି ବିଜେଡି କହିଛି ।

ବିଜୁ ବାବୁ ଥିଲେ ପ୍ରବାଦ ପୁରୁଷ । ଜଣେ ପ୍ରବାଦପୁରୁଷ ପାଇଁ ସ୍ମୃତିସ୍ତମ୍ଭର ବିଲକୁଲ ଆବଶ୍ୟକତା ନାହିଁ । ଯିଏ ସାଢ଼େ ୪  କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି ତାଙ୍କର ଏକ ସ୍ମୃତିସ୍ତମ୍ଭ ପାଇଁ ଓଡ଼ିଆ ଜାତି, ଓଡ଼ିଆ ଲୋକଙ୍କର ବଡ଼ ସ୍ୱାର୍ଥ ହାସଲରେ ବାଧା ନ ହେଉ । ଏ ଭାବନା ଏକ ସାଧାରଣ ମାନସିକତା ନୁହେଁ । ଜଣେ ପ୍ରବାଦ ପୁରୁଷଙ୍କ ଦାୟାଦ ହିଁ ଏମିତି ମହାନ୍ ମାନସିକତା ଦେଖାଇପାରନ୍ତି ବୋଲି ବିଜେଡି ମହଲରେ କୁହାଯାଇଛି । ଓଡ଼ିଶାର ସବୁଠୁ ଉଚ୍ଚା ନେତାଙ୍କ ପୁଅର ହୃଦୟ କେତେ ବିଶାଳ ଆଉ ଚଉଡ଼ା ତାହା ଏହି ନିଷ୍ପତ୍ତିର ଉଦାହରଣରୁ ହିଁ ବାରି ହେଉଛି ।

ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଚିନ୍ତା କଲେ ସେତେବେଳେ ଏକ ସ୍ମୃତିସ୍ତମ୍ଭ ପାଇଁ ରାଜ୍ୟବାସୀଙ୍କ ବଡ଼ ସ୍ୱାର୍ଥ ହାସଲରେ ବାଧା ନ ଉପୁଜୁ ବୋଲି ଅନୁଭବ କରିଥିବା ବିଜେଡି କହିଛି । ବିଜୁବାବୁଙ୍କ ସ୍ମୃତିସ୍ତମ୍ଭକୁ ଅତୁଟ ରଖି ସ୍ୱର୍ଗଦ୍ୱାରର ବିକାଶ କରିବାକୁ ଯଦି ନବୀନ ବାବୁ ଚିନ୍ତା କରିଥା’ନ୍ତେ ତେବେ ତାହା ବିଜୁ ବାବୁଙ୍କ ଉଚ୍ଚ ଚିନ୍ତନର ପରିପନ୍ଥୀ ହୋଇଥା’ନ୍ତା ବୋଲି ତାଙ୍କର ମନେ ହୋଇଥିଲା । ବିଜୁ ବାବୁ କେବେ ବି ନିଜ ସ୍ୱାର୍ଥ ପାଇଁ କିଛି କରି ନାହାନ୍ତି । ଯାହା କରିଛନ୍ତି ରାଜ୍ୟ ଆଉ ଦେଶର ସ୍ୱାର୍ଥ ପାଇଁ  । ତେଣୁ ଏଭଳି ଜଣେ ମହାନୁଭବୀ ମଣିଷର ସ୍ମୃତି ସ୍ତମ୍ଭ ପାଇଁ ଏକ ମହାନ୍ କାମରେ ବାଧା ଉପୁଜିବା ଠିକ୍ ନୁହେଁ ବୋଲି ସେ ଚିନ୍ତା କରିଥିଲେ ।

ବିଜୁ ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନ ଭାବେ ନବୀନ ପଟ୍ଟନାୟକ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସାହସ କରିଛନ୍ତି ବୋଲି ବିଜେଡି କହିଛି । ')}

Leave a Reply