ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା : ଅପପ୍ରଚାର ବିରୋଧରେ ଏକ ହେବାକୁ ଆହ୍ବାନ ଦେଲେ ନବୀନ
ଭୁବନେଶ୍ୱର : ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ବହୁତ ଭଲ ଚାଲିଛି । ନିଜ ଆଡୁ ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି । ସେମାନଙ୍କୁ ଦଳ ସ୍ୱାଗତ କରୁଛି । ଯୁବ ଓ ଛାତ୍ର ମାନେ ବିଜେଡିର ଭବିଷ୍ୟତ । ସୋସିଆଲ ମିଡିଆରେ ସକ୍ରିୟ ରହି ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ । ଛାତ୍ର ବିଜେଡିର ଦୁଇ ଦିନିଆ ଡିଜିଟାଲ କର୍ମଶାଳାକୁ ଉଦଘାଟନ କରି ଏପିର ଆହ୍ବାନ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ଅକ୍ଟୋବରରୁ ଆରମ୍ଭ ହୋଇଥିବା ମେମ୍ବରସିପ ଡ୍ରାଇଭ ଭଲ ଚାଲିଛି । ସଭ୍ୟ ସଂଗ୍ରହ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ବିଜେଡି ସରକାର ବହୁତ ଭଲ କାମ କରିଛି । ଆମ ଯୋଜନା ଅନ୍ୟ ମାନଙ୍କ ପାଇଁ ମଡେଲ ସାଜିଛି । କେନ୍ଦ୍ର ସରକାର ଏହାକୁ ଅନୁକରଣ କରିଛନ୍ତି । ଭୋଟ ରାଜନୀତି ଦଳର ଲକ୍ଷ୍ୟ ନୁହେଁ । ବିଜେଡି ସରକାରର ବହୁତ ଯୋଜନା ବିଜେପି ସରକାର ବନ୍ଦ କରି ଦେଇଛନ୍ତି । ବିକାଶ ଓ କଲ୍ୟାଣ ଦଳର ଫୋକସ । ବିଜେଡି ଓଡ଼ିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ଦଳ ଅଧିକ ଭୋଟ ପାଇଛି । ଭୋଟ ପ୍ରତିଶତ ବି ବଢିଛି । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ଓଡ଼ିଆ ସ୍ୱାଭିମାନର ସୁରକ୍ଷା କରିବା ପାଇଁ ସମସ୍ତେ କାମ ଜାରି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।