ରାଜ୍ଯର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଲେ ନବୀନ

ଭୁବନେଶ୍ବର: ରାଜ୍ଯର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ଯ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶାନ୍ତିପ୍ରିୟ ରାଜ୍ୟ ଓଡିଶାରେ ଏବେ ସାମ୍ପ୍ରଦାୟୀକ ଉତ୍ତେଜନା ଜୋର ଧରିଛି । ବାଲେଶ୍ବର ସମେତ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟୀକ ଦଙ୍ଗା ହୋଇଛି । ଖୋର୍ଦ୍ଧାରେ ସାମ୍ପ୍ରଦାୟିକ ଦଙ୍ଗାରେ ଜଣଙ୍କ ଜୀବନ ଯାଇଛି ।

ରଥଯାତ୍ରାରେ ପରିଚାଳନାଗତ ତ୍ରୁଟି ପାଇଁ ବଳଭଦ୍ର ଚଳେ ପଡିଯାଇଥିଲେ । ଚାରମାଳରେ ବଳଭଦ୍ର ପଡିଯିବା ସବୁ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ଗଂଜାମ ଜିଲ୍ଲା ଚିକିଟିରେ ମଦମୃତ୍ୟୁରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବ ସରକାରରେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଯାଇଥିଲା । ସେହିଭଳି ରଥଯାତ୍ରା ସମୟରେ ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ । ରାଜ୍ୟପାଳଙ୍କ ପୁଅ ବୋଲି ତାଙ୍କୁ କଣ ଦଣ୍ଡ ମିଳିବ ନାହିଁ କି ବୋଲି ନବୀନ ପ୍ରଶ୍ନ କରିଥିଲେ । ରାଜ୍ୟପାଳଙ୍କ ପୁଅ ବୋଲି ସେ କଣ ଆଇନର ଉର୍ଦ୍ଧ୍ବରେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ନବୀନ କହିଛନ୍ତି ଯେ, କିଛି ଲୋକ ଆଇନର ଉର୍ଦ୍ଧ୍ବରେ ବୋଲି ସରକାର ଘୋଷଣା କରନ୍ତୁ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ । ତାଙ୍କୁ ସମସ୍ତ କଥା ନିଶ୍ଚିତ ଜଣାଥିବ । ନାବାଳିକା ଦୁଷ୍କର୍ମ ଘଟଣା ବି ମୁଖ୍ୟମନ୍ତ୍ରୀଙ୍କୁ ଜଣାଥିବ । ଗତ ସରକାରରେ ଏମିତି ହେଉନଥିଲା ବୋଲି କହିବା ସହ ରଜ୍ୟ ସରକାର ଏସବୁ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ନବୀନ କହିଛନ୍ତି ।