ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ବର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  । ନବୀନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ‘‘ସ୍ବର୍ଗତ କମଳା ପୂଜାରୀ ଆମର ଶତାଧିକ ଦେଶୀ ଧାନ ବିହନ ଗୁଡିକର ପାରମ୍ପରିକ ପଦ୍ଧତିରେ ସଂରକ୍ଷଣ ଓ ଜୈବିକ ଚାଷ ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରି ଭବିଷ୍ୟତରେ ଖାଦ୍ୟ ନିରାପତ୍ତା ସହିତ ପରିବେଶ ସୁରକ୍ଷା ଦିଗରେ ମହାନ ଅବଦାନ ରଖିଯାଇଛନ୍ତି. ତାଙ୍କ ବିୟୋଗ ସମାଜ ପାଇଁ ପାଇଁ ଏକ ଅପୂରଣୀୟ କ୍ଷତି’’ ।

ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ଆଜି ସକାଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ ପଦ୍ମଶ୍ରୀ କମଳା ପୂଜାରୀ  ।