ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
1 min read![](https://nandighoshatv.com/wp-content/uploads/2025/02/ଭାରତୀୟ-ଖେଳାଳିଙ୍କୁ-ନବୀନଙ୍କ-ଶୁଭେଚ୍ଛା-copy-1024x576.jpg)
ଭୁବନେଶ୍ବର : ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୪ ୱିକେଟରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ । ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଭାରତୀୟ ଦଳ ବିଜୟର ଗତି ଜାରି ରଖିବା ସହ ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି କହିଛନ୍ତି ନବୀନ । ଏହାର ସହ ଆଗାମୀ ମ୍ୟାଚ ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି ।
୩ ଟିକିଆ ସିରିଜର ପ୍ରଥମ ଦୁଇଟି ମ୍ଯାଚ ଜିତି ୨-୦ରେ ଆଗୁଆ ରହିଛି ଭାରତୀୟ ଦଳ । ପ୍ରଥମେ ବ୍ଯାଟିଂ କରି ଭାରତ ଆଗରେ ୩୦୫ ରନର ବିଜୟ ଲକ୍ଷ୍ଯ ରଖିଥିଲା ଭ୍ରମଣକାରୀ ଇଂଲଣ୍ଡ । ଜବାବରେ ଭାରତ ୪୪.୩ ଓଭରରେ ୬ ଓ୍ବିକେଟ ହରାଇ ୩୦୮ ରନ ସଂଗ୍ରହ କରିବା ସହ ବିଜୟ ହାସଲ କରିଥିଲା ।