ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସାଂସଦ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସାଂସଦମାନଙ୍କ ସହ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ଅବସରରେ ସାମିଲ ଥିଲେ । ଦ୍ରୌପଦୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଲେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି । ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ଅତ୍ୟନ୍ତ ଖୁସି ଅଛି । ଆମେ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି । ସେହିପରି ସାଂସଦମାନେ ଭେଟି ଖୁସିଥିବା କଥା କହିଛନ୍ତି । ଏହି ଅବସରରେ ପାରମ୍ପରିକ ନୃତ୍ୟ କଳାରେ ସମ୍ପୂର୍ଣ୍ଣ ଅଞ୍ଚଳ ଉତ୍ସବ ମୁଖରିତ ହୋଇଥିଲା । ସୂଚନାଥାଉକି, ନବନିର୍ବାଚିତ ଦ୍ରୌପଦୀ ମୁର୍ମୁ ନବୀନ ପଟ୍ଟନାୟକଙ୍କୁ ଭାଇ ବୋଲି ମାନି ଆସିଛନ୍ତି । ନବୀନ ମଧ୍ୟ ତାଙ୍କୁ ଭଉଣୀ ବୋଲି ମାନି ନିର୍ବାଚନରେ ତାଙ୍କ ବିଜୟ ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ।




