spot_img

Latest Posts

ଦିଲ୍ଲୀ IITର ନୂଆ ସନ୍ଧାନ, ଏଣିକି ଇ-ଆବର୍ଜନାକୁ ବି କରାଯାଇପାରିବ ପୁନଃ ବ୍ୟବହାର

ନୂଆଦିଲ୍ଲୀ: ଦିନକୁ ଦିନ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ବିଶ୍ୱବ୍ୟାପୀ ଏକ ବଡ଼ ସମସ୍ୟା ହେବାରେ ଲାଗିଛି । ଗ୍ଲୋବାଲ୍ ଇ-ୱେଷ୍ଟ ମନିଟର ରିପୋର୍ଟ ଅନୁଯାୟୀ, ୨୦୧୯ରେ ସର୍ବଭାରତୀୟ ସ୍ତରରେ ୫୩.୭ ନିୟୁତ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ଉତ୍ପାଦନ ହୋଇଛି। ତେବେ ୨୦୩୦ରେ ଏହା ବଢ଼ି ୭୪.୭ ମିଲିୟନ ମେଟ୍ରିକ୍ ଟନ୍ ହେବ ବୋଲି ଆଶା କରାଯାଉଛି। ତେବେ ଆଇଆଇଟି ଦିଲ୍ଲୀର ବୈନିକମାନେ ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯେଉଁଥିରେ ଇ-ବର୍ଜ୍ୟବସ୍ତୁକୁ ଦକ୍ଷ ପରିଚାଳନା କରାଯାଇପାରିବ। ଏବଂ ଏହାର ପୁନଃ ବ୍ୟବହାର ମଧ୍ୟ କରିହେବ।

ଏହି ବୈଜ୍ଞାନିକମାନେ କହିଛନ୍ତି ଯେ ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ଅଭିଯାନ୍ ଏବଂ ଆତ୍ମନିର୍ଭରଶୀଳ ଭାରତ ଦୃଷ୍ଟିରୁ ଏହି ଟେକ୍ନୋଲୋଜି ବେଶ୍ ଉପଯୋଗୀ। ଏହି ଟେକ୍ଲୋଲୋଜିକୁ ଆଇଆଇଟି ଦିଲ୍ଲୀର କେମିକାଲ୍ ଇଞ୍ଜିନିୟରିଂର ପ୍ରଫେସର କେ.କେ ପନ୍ତ କିଛି ଅନୁସନ୍ଧାନକାରୀଙ୍କ ସହଯୋଗରେ ବିକଶିତ କରିଛନ୍ତି।

ପ୍ରଫେସର ପନ୍ତ କହିଛନ୍ତି ଯେ ଇ-ଆବର୍ଜନାକୁ ସହରୀ ଖଣି ଭାବରେ ମଧ୍ୟ କୁହାଯାଇପାରିବ। ଏଥିରୁ ସହିତ ଧାତୁ ପୁନରୁଦ୍ଧାର ଏବଂ ଶକ୍ତି ଉତ୍ପାଦନ ମଧ୍ୟ କରାଯାଇପାରିବ। ଏହି ନୂଆ ଟେକ୍ନୋଲୋଜିରେ ତିନୋଟି ପ୍ରକ୍ରିୟା ଅଛି । ପ୍ରଥମଟି ହେଉଛି ଇ-ବର୍ଜ୍ୟବସ୍ତୁର ପାୟରୋଲାଇସିସ୍, ଯାହାକି ଉତ୍ତାପ-କ୍ଷୟ-ପଦାର୍ଥକୁ ଗରମ କରି ବିଭିନ୍ନ ପଦାର୍ଥରେ ପୃଥକ କରିବାର ପ୍ରକ୍ରିୟା। ଉଦାହରଣ ସ୍ୱରୂପ, ଯଦି କ୍ୟାଲସିୟମ୍ କାର୍ବୋନାଟ୍ ଗରମ ହୁଏ, କ୍ୟାଲସିୟମ୍ କାର୍ବୋନାଟ୍ କ୍ୟାଲସିୟମ୍ ଅକ୍ସାଇଡରେ ଭାଙ୍ଗି କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ମୁକ୍ତ କରେ, ଦ୍ୱିତୀୟଟି ହେଉଛି, ସେପାରେଶନ ଅଫ୍ ମେଟାଲ୍ ଫ୍ରାକଶନ୍। ଏବଂ ତୃତୀୟଟି ହେଉଛି ରିକଭରି ଅଫ ଇଣ୍ଡିଭିଜୁଆଲ୍ ମେଟଲ୍।

ପ୍ରଫେସର ପନ୍ତ କହିଛନ୍ତି ଯେ ଯଦି ଏହି ଇ-ଆବର୍ଜନା ସମସ୍ୟାର ସମାଧାନ ଠିକ୍ ସମୟରେ ନ କରାଯାଏ ତେବେ ଇ-ଆବର୍ଜନାର ଏକ ପାହାଡ଼ ସୃଷ୍ଟିହୋଇଯିବ। ଏହି ନୂଆ ଟେକ୍ନୋଲୋଜି ସହିତ ପ୍ରତ୍ୟେକ ପ୍ରକାରର ଇ-ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର କରାଯାଇପାରିବ। ଏହି ଟେକ୍ନୋଲୋଜି ବାୟୁମଣ୍ଡଳରେ କୌଣସି ପ୍ରକାରର କ୍ଷତିକାରକ ପଦାର୍ଥ ନିର୍ଗତ କରେ ନାହିଁ। ଫଳରେ ପରିବେଶର ଉପକାର ହେବା ସହିତ ଏହି ଟେକ୍ନୋଲୋଜି ରିସାଇକ୍ଲିଂ ଶିଳ୍ପରେ ବହୁ ସଂଖ୍ୟକ ରୋଜଗାର ମଧ୍ୟ ଯୋଗାଇବ।

 

Latest Posts

Don't Miss