ହାଇକୋର୍ଟ ଆନୁକୂଲ୍ୟରେ ଜାତୀୟ ସମ୍ମିଳନୀ, ଯୋଗ ଦେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

1 min read

କଟକ: ଓଡ଼ିଶା ହାଇକୋର୍ଟ ଆନୁକୂଲ୍ୟରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଡିଜିଟାଇଜେସନ, ପେପର୍ ଲେସ୍ କୋର୍ଟ ଓ ଇ-ଇନିସିଏଟିଭ୍ ଶୀର୍ଷକ ଜାତୀୟ ସମ୍ମିଳନୀ ଚାଲିଛି । ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନମନ୍ତ୍ରୀ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦାଲ ପ୍ରମୁଖ ଅତିଥି ଯୋଗ ଦେଇଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ହାଇକୋର୍ଟ ବିଚାରପତି ସାମିଲ ହୋଇଛନ୍ତି । ଡିଜିଟାଇଜେସନ ଓ ପେପର ଲେସ୍ କୋର୍ଟକୁ କାର୍ଯ୍ୟକାରି କରିବାରେ ଓଡ଼ିଶା ଏବେ ସାରା ଦେଶରେ ରୋଲ୍ ମଡେଲ ସାଜିଛି । ଏ ସଂପର୍କରେ ଦୁଇ ଦିନରେ ବିସ୍ତୃତ ଭାବେ ଆଲୋଚନା କରାଯିବ।