ସରକାର ଶୁଣିବେ ଚାଷୀଙ୍କ ଦାବି !

1 min read

ନୂଆଦିଲ୍ଲୀ: ଥମିବ ଗର୍ଜନ । ଶାନ୍ତ ହେବ ଆନ୍ଦୋଳନ । ଶୁଣାଯିବ କୃଷକ କଥା । ଆନ୍ଦୋଳନରତ ଚାଷୀଙ୍କ ସମସ୍ୟାକୁ ଶୁଣିବାକୁ ପ୍ରତିବଦ୍ଧ କେନ୍ଦ୍ର ସରକାର । ଏପରି କିଛି ମନ୍ତବ୍ୟ ଆଜି ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ନରେନ୍ଦ୍ର ମୋଦିଙ୍କ ସରକାର କୃଷକଙ୍କ ସମସ୍ତ ଦାବି ଆଗାମୀ ଦିନରେ ରଖିଛନ୍ତି । ଏବେ ମଧ୍ୟ ରଖିବେ । କିନ୍ତୁ ଏହାକୁ ନେଇ ବିରୋଧି କରୁଥିବା ରାଜନୀତି ମୂଲ୍ୟହୀନ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିଶାନାରେ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ଗୋଟେପଟେ କେନ୍ଦ୍ର କୃଷି ବିଲକୁ ନେଇ ପଲ୍ଲୀରୁ ଦିଲ୍ଲୀ କମ୍ପୁଛି । ଏହି ସମୟରେ ଚାଷୀ ଆନ୍ଦୋଳନର କର୍ଣ୍ଣଧାର ସାଜିଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ତୀର ବିନ୍ଧିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏବେ ଅମରିନ୍ଦର ସିଂ କାହିଁକି କେନ୍ଦ୍ର କୃଷି ବିଲକୁ ନେଇ ଗର୍ଜୁଛନ୍ତି ? କାହିଁକି ପଞ୍ଜାବ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ କୃଷି ବିଲକୁ ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଅମରିନ୍ଦର ସିଂ କୃଷି ବିରୋଧି । ପଞ୍ଜାବର କୃଷକଙ୍କ ପାଇଁ ଘାତକ ସାଜିଛନ୍ତି ଖୋଦ ପଞ୍ଜାବର ମୁଖ୍ୟମନ୍ତ୍ରୀ । ଏମିତି କିଛି ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲ କହିଛନ୍ତି,କ୍ୟାପ୍ଟେନ ଅମରିନ୍ଦର କେନ୍ଦ୍ର କୃଷି କମିଟିରେ ରହିଥିଲେ । ସେତେବେଳେ କୃଷି ବିଲକୁ ବିରୋଧ କଲେନାହିଁ । ବଂର ପରୋକ୍ଷରେ ଅକୁଣ୍ଠ ସମର୍ଥନ ଓଜାଡି ଦେଇଥିଲେ । ବିଲରେ ରାଷ୍ଟ୍ରପତିଙ୍କ ମୋହର ବାଜିଲା ପରେ କାହିଁକି ଅମରିନ୍ଦର ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ଅରବିନ୍ଦ କେଜିୱାଲ ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । କ୍ୟାପ୍ଟେନ ଅମରିନ୍ଦର କହିଛନ୍ତି, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଧିକାର ନାହିଁ କେନ୍ଦ୍ର ସରକାରଙ୍କ କୌଣସି ଆଇନକୁ ସ୍ଥଗିତ ରଖିବାକୁ । ଅନ୍ୟପେଟେ ସମସ୍ତ ରାଜନୈତିକ ବାକ-ବିତଣ୍ଡା ପରେ ପ୍ରତିକ୍ରିୟା ଦେଇ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ୟୁପିଏ ସରକାର ଠାରୁ ଏନଡିଏ ସରକାର ଚାଷୀଙ୍କ ଅର୍ଥନୈତିକ ଉର୍ନ୍ନତି ପାଇଁ MSP କୁ ଦୁଇଗୁଣା କରିଛନ୍ତି । କଥାରେ ନୁହେଁ, ବାସ୍ତବତାର ରୂପ ଦେଇଛି ଏନଡିଏ ସରକାର । ବର୍ତ୍ତମାନ ଚାଷୀଙ୍କ ଦାବି ଉପରେ ଆଲୋଚନା ଜାରି ରହିଛି । ଆଗାମୀ ଦିନରେ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

Leave a Reply