ଦୀପାବଳିରେ ସୀମାରେ ମୁତୟନ ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
1 min readନୂଆଦିଲ୍ଲୀ: ଦୀପାବଳି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ । ସୀମାରେ ମୁତୟନ ଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଏ ନେଇ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଟ୍ୱିଟରରେ ସେ ଏକ ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ଏହି ଦୀପାବଳିରେ ଆସନ୍ତୁ ଏକ ଦୀପକୁ ସେନାର ଯବାନଙ୍କ ଉଦ୍ଦେଶ୍ୟରେ ଆଲୋକିତ କରିବା ।ଯେଉଁମାନେ ନିର୍ଭୟରେ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି | ଶବ୍ଦ ଜରିଆରେ ସେମାନଙ୍କୁ ସେମାନଙ୍କ ସାହସ ପାଇଁ ଧନ୍ୟବାଦ ଜଣାଇବେ ସମ୍ଭବ ନୁହେଁ । ସେମାନଙ୍କ ପ୍ରତି ଏବଂ ସେମାନଙ୍କ ପରିବାର ପ୍ରତି ଆମେ କୃତଜ୍ଞ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।
This Diwali, let us also light a Diya as a #Salute2Soldiers who fearlessly protect our nation. Words can’t do justice to the sense of gratitude we have for our soldiers for their exemplary courage. We are also grateful to the families of those on the borders. pic.twitter.com/UAKqPLvKR8
— Narendra Modi (@narendramodi) November 13, 2020
ଚଳିତ ବର୍ଷ ଦୀପାବଳିରେ ସୀମାରେ ବହୁ ସଂଖ୍ୟକ ଯବାନମାନଙ୍କୁ ମୁତୟନ କରାଯାଇଛି। ବିଶେଷକରି ଭାରତ-ଚୀନ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ (ଏଲଏସି)ରେ ବହୁ ସଂଖ୍ୟକ ଯବାନମାନଙ୍କୁ ମୁତୟନ କରାଯାଇଛି । ଏଥିସହିତ ଦୀପାବଳିର ଅବ୍ୟବହିତ ପୂର୍ବରୁ ଭାରତ-ପାକିସ୍ତାନ ସୀମା ଏଲ୍ଓସିରୁ ଆସିଛି ଦୁଃଖଦ୍ ଖବର । ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ । ବିପକ୍ଷର ଗୁଳିରେ ୩ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଭାରତୀୟ ସୈନ୍ୟ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା । ଭାରତୀୟ ସୈନ୍ୟଙ୍କ ପ୍ରତି ଆକ୍ରମଣରେ ଶତ୍ରୁ ପକ୍ଷର ପ୍ରାୟ ୧୨ରୁ ୧୩ ଜଣ ଯବାନ ନିପାଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ରୁ୩ ଜଣ କମାଣ୍ଡର ମଧ୍ୟ ରହିଥିବା ସୂଚନା ।