spot_img

Latest Posts

ଆଜି କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ ମୋଦି; ଶଙ୍କରାଚାର୍ଯ୍ୟଙ୍କ ସମାଧି କରିବେ ଉଦଘାଟନ

ଡେରାଡୁନ: ଆଜି କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଆଜି କେଦାରନାଥ ଗସ୍ତ କରି ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଆଜି କେଦାରନାଥ ଧାମରେ ପୂଜାର୍ଚ୍ଚନା ବି କରିବେ । ସୂଚନା ଅନୁଯାୟୀ ମୋଦି ଆଜି ସକାଳ ୭.୩୦ରେ କେଦାରନାଥରେ ପହଞ୍ଚିବେ । କେଦାରନାଥ ଧାମର ମୁଖ୍ୟ ପୂରୋହିତ ଓମକେଶ୍ବର ଶୁକ୍ଳା ମୋଦିଙ୍କ ପୂଜାର୍ଚ୍ଚନା କରିବେ । ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଅଧଘଣ୍ଟା ଧରି ବିଶେଷ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ମୋଦି ପୂଜା ସମୟରେ ବାଂଗବର ବସ୍ତ୍ର ଭଗବାନ କେଦାରନାଥଙ୍କୁ ଅର୍ପଣ କରିବେ । କେଦାରନାଥ ଧାମରେ ଷୋଡଶୋ ପୂଜା କରିବେ ମୋଦି ।  ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ ସେହି କାର୍ଯ୍ୟକ୍ରମ ୮୭ଟି ସ୍ଥାନରେ ସିଧାପ୍ରସାରଣ ହେବ । ୨୦୧୩ ଉତ୍ତରାଖଣ୍ଡ ଜଳ ପ୍ରଳୟରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଧ୍ୱଂସ ପାଇ ଯାଇଥିଲା। ଏହାକୁ ପୁଣିଥରେ ତିଆରି କରାଯାଇଛି। ମୋଦି କେଦାରନାଥ ଆଜି ଆସୁଥିବାରୁ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ପରେ ସେ ସେହି କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ । ଏଥିପାଇଁ ଏହି କାର୍ଯ୍ୟକ୍ରମକୁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିସହ ଆଜି କେଦାରନାଥ ଗସ୍ତରେ ଆସି ପ୍ରାୟ ୧୫୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେଦାରନାଥ ମନ୍ଦିରକୁ ୮ କୁଇଣ୍ଟାଲ ଫୁଲରେ  ସଜାଯାଇଛି ।

Latest Posts

Don't Miss