ଡ୍ରିମ୍ ପ୍ରୋଜେକ୍ଟ ସି-ପ୍ଲେନ୍‌କୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read
Modi Sea PLane

ଗୁଜରାଟ: ଲୌହପୁରଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ସାରା ଦେଶ ପାଳନ କରିଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଆତଙ୍କବାଦୀ ପ୍ରସଙ୍ଗ ଓ ଚୀନ ସୀମାରେ ଲାଗି ରହିଥିବା ଉତ୍ତେଜନା ଭିତରେ ଦେଶବାସୀ ଦେଖାଇଥିବା ଏକତା ବେଶ ଗୁରୁତ୍ୱ ବହନ କରେ ବୋଲି ମୋଦି କହିଛନ୍ତି ।

ଲୌହପୁରଷଙ୍କ ଉଦ୍ଦେଶ୍ୟରେ ୧୭ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । ସେହିଭଳି ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ୱେବସାଇଟ୍‌କୁ ଉନ୍ମୋଚନ କରିବା ସହିତ ୟୁନିଟି-ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପ୍‌ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଡ୍ରିମ୍ ପ୍ରୋଜେକ୍ଟ ସି-ପ୍ଲେନକୁ ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ମୋଦି । ଦେଶରେ ପ୍ରଥମ ଥର ପାଇଁ ସି-ପ୍ଲେନ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଏହି ସେବା ଅହମ୍ମଦାବାଦରୁ କେଓ୍ୱଡିଆ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିବ । ଉଦଘାଟନୀ ଦିବସରେ ମୋଦି, କେଓ୍ୱଡିଆ ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ସମୁଦ୍ର ଜାହାଜ ଯାତ୍ରା କରିଛନ୍ତି । ରବିବାରଠାରୁ ଏହି ପ୍ଲେନ୍ ପ୍ରତ୍ୟେକ ଦିନ ଅହମ୍ମଦାବାଦରୁ କେଓ୍ୱଡିଆ ପର୍ଯ୍ୟନ୍ତ ଯିବ । ସି-ପ୍ଲେନ୍ ସେବା ପାଇଁ ଅନଲାଇନ୍‌ରେ ଟିକେଟ୍ ବୁକିଂର ବ୍ୟବସ୍ଥା ହୋଇଥିବା ବେଳେ ଟିକେଟ୍ ମୂଲ୍ୟ ୧୫ ଶହ ଟଙ୍କା ରହିଛି ।

Leave a Reply