spot_img

Latest Posts

ନାରାୟଣସ୍ୱାମୀଙ୍କ ଅଭିଯୋଗ, ମୋଦି ଓ ବେଦୀ ପୁଡୁଚେରୀକୁ ତାମିଲନାଡ଼ୁରେ ମିଶାଇବାକୁ ରଚୁଛନ୍ତି ଷଡ଼ଯନ୍ତ୍ର

ପୁଡୁଚେରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭି, ନାରାଣ ସ୍ୱାମୀ। ଶୁକ୍ରବାର ନାରାୟଣସ୍ୱାମୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଓ କିରଣ ବେଦୀ ମିଳିତ ଭାବେ ପୁଡୁଚେରୀକୁ ପଡ଼ୋଶା ରାଜ୍ୟ ତାମିଲନାଡ଼ୁରେ ମିଶାଇବାକୁ ଷଡ଼ଯନ୍ତ୍ର ରଚୁଛନ୍ତି ।

ନାରାଣ ସ୍ୱାମୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ଉପରାଜ୍ୟପାଳ ବିଜେପି ସହିତ ମିଶି ପୁଡୁଚେରୀ ସରକାରଙ୍କୁ ତାଙ୍କ ଅଧିକାରରୁ ଧୀରେ ଧୀରେ ବଞ୍ଚିତ କରୁଛନ୍ତି। ସେମାନେ ଲୋକମାନଙ୍କ ଦ୍ୱାରା ମନୋନୀତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅନେକ କଲ୍ୟାଣକାରୀ ଏବଂ ବିକାଶମୂଳକ ଯୋଜନାରେ ବାଧା ସୃଷ୍ଟି କରୁଛନ୍ତି।’ ଏଥିସହିତ ତାମିଲନାଡୁରେ ପୁଡୁଚେରୀ ମିଶ୍ରଣ ହେବାର ସମ୍ଭାବନା ରହିଛି ବୋଲି ନାରୟଣ ସ୍ୱାମୀ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଉପରାଜ୍ୟପାଳ ଏବଂ ସରକାର ମଧ୍ୟରେ ବିବାଦ ପୁରୁଣା। ପୁଡୁଚେରୀରେ ଉପରାଜ୍ୟପାଳ କିରଣ ବେଦୀ ସରକାରୀ ଯୋଜନା ଲାଗୁ କରିବାରେ ବାଧା ଉପୁଜାଉଛନ୍ତି। ତେଣୁ ତାଙ୍କର ବହିଷ୍କାର ଦାବି କରି ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ତାଙ୍କ ବହିଷ୍କାର ଦାବି କରିଛନ୍ତି।

Latest Posts

Don't Miss