spot_img

Latest Posts

ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ନିର୍ଯାତନା, ନିଲମ୍ବିତ ହେଲେ ସବ୍ ଇନ୍ସପେକ୍ଟର

ନରସିଂହପୁର: ମହଙ୍ଗା ପଡ଼ିଲା ମାନସିକ ନିର୍ଯାତନା । ନିଲମ୍ବିତ ହେଲେ ପୋଲିସ ବାବୁ । ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ମାନସିକ ନିର୍ଯାତନା ଦେବା ଅଭିଯୋଗରେ କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନରସିଂହପୁର ଥାନାର ସବଇନ୍ସପେକ୍ଟର ରବୀନ୍ଦ୍ର କୁମାର ନାୟକଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ ଥାନାରେ ଆତ୍ମସମର୍ପଣ କରିଛି ।

Narasinghpur Police Station SI Rabindra Nayak Suspended

ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ନରସିଂହପୁର ଥାନାର ଏସ୍ଆଇ ରବୀନ୍ଦ୍ର ମାନସିକ ନିର୍ଯାତନା ଦେବା, ବିନା ମହିଳା ପୋଲିସରେ ଡାକ୍ତରୀ ମାଇନା କରିବା, ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ବାପାଙ୍କୁ ମିଛ କେସରେ ଫସାଇବା ନେଇ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ବୟାନ କ୍ରମେ ଏନେଇ ଅଭିଯୋଗ କରିଥିଲା ଚାଇଲ୍ଡ ଲାଇନ୍ । ଅଭିଯୋଗ ଅନୁସାରେ ତଦନ୍ତ କରି ନରସିଂହପୁର ଥାନା ଏସ୍ଆଇ ରବୀନ୍ଦଙ୍କୁ କଟକ ଗ୍ରାମାଞ୍ଚଳ ଏସପି ନିଲମ୍ବିତ କରିଛନ୍ତି ।

Latest Posts

Don't Miss