ବିଜାପୁରରେ ମାଓ ଆକ୍ରମଣରେ ଆହତ ଯବାନଙ୍କୁ ଭେଟିଲେ ନନ୍ଦିଘୋଷ ଟିଭି ଟିମ୍

ଛତିଶଗଡ଼: ବିଜାପୁରରେ ନନ୍ଦିଘୋଷ ଟିଭି । ଛତିଶଗଡ଼ରେ ମାଓ ଆକ୍ରମଣରେ ଆହତ ଯବାନଙ୍କୁ ଭେଟିଛନ୍ତି ନନ୍ଦିଘୋଷ ପ୍ରତିନିଧି । ମେଡିକାଲରେ ଚିକିତ୍ସାଧୀନ ଯବାନମାନଙ୍କୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ କେମିତି ଥିଲା ସେଦିନର ଲୋମହର୍ଷକାରୀ ଘଟଣା ତଥ୍ୟ ସଂଗ୍ରହ କରିଛି ନନ୍ଦିଘୋଷ ଟିଭି । ଅନ୍ୟପଟେ ଆଜି ମିଳିବ କି ମାଓବାଦୀଙ୍କ ନିକଟରେ ବନ୍ଧକ ଥିବା ଯବାନଙ୍କୁ ମୁକ୍ତି ? ଆଜି ଘୋଷଣା କରାଯିବ କି ମଧ୍ୟସ୍ଥିଙ୍କ ନାଁ ? ଗତକାଲି ଛତିଶଗଡ଼ ସରକାର ମଧ୍ୟସ୍ଥି ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ବୈଠକରେ ଆଲୋଚନା କରିଛନ୍ତି । ମାଓବାଦୀଙ୍କ ସହ କଥାବାର୍ତ୍ତା ପାଇଁ କିଏ କିଏ ମଧ୍ୟସ୍ଥି ହେବେ ସେନେଇ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ସିଆରପିଏଫ ଡିଜି କୁଲଦୀପ ସିଂହଙ୍କ କହିବା କଥା, ଯବାନଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ବେଳେ ତାଙ୍କୁ ମୁକୁଳାଇବା ପାଇଁ ଯୋଜନା କରାଯାଉଛି । ବିଜାପୁରରେ ମାଓ ହମଲା ବେଳେ ସିଆରପିଏଫ କୋବ୍ରା ବାଟାଲିୟନର ଯବାନ ରାକେଶ୍ବର ସିଂହଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ । ତେବେ ସେ ସୁରକ୍ଷିତ ଥିବା ଏକ ଫଟୋ ଜାରି କରି କହିଛନ୍ତି ମାଓବାଦୀ ।

ରାକେଶ୍ୱର ଜଙ୍ଗରଗୁଣ୍ଡା ଜଙ୍ଗଲରେ ଥିବା ଜଣାପଡିଛି । ଏଥିସହ ଯବାନ ଥିବା ଅଞ୍ଚଳ ପାହାଡିଆ ବୋଲି ଅନୁମାନ କରାଯାଇଛି । ଯବାନଙ୍କୁ ଛାଡିବା ପାଇଁ ମଧ୍ୟସ୍ଥତା ମାଧ୍ୟମରେ ଆଲୋଚନା କରିବେ ବୋଲି ମାଓବାଦୀମାନେ ଏକ ପ୍ରେସ ରିଲିଜ ଜାରି କରିଥିଲେ । ଏଥିସହ ମଧ୍ୟସ୍ଥିଙ୍କ ନାଁ ମଧ୍ୟ ଘୋଷଣା କରିବାକୁ କହିଥିଲେ । ପୂର୍ବରୁ ହ୍ୱାଟ୍ସଆପରେ ଭିଡିଓ କଲ୍‌ କରି ମଧ୍ୟ ଯବାନ ସୁରକ୍ଷିତ ଥିବା ମାଓବାଦୀ କହିଥିଲେ ।

Leave a Reply