ନିର୍ମଳା ରଖୁଛନ୍ତି ଅଭିଭାଷଣ: ୩ ବର୍ଷରେ ନିର୍ମାଣ ହେବ ୪୦୦ ବନ୍ଦେ ଭାରତ ଟ୍ରେନ୍
1 min readନୂଆଦିଲ୍ଲୀ: ସଂସଦରେ ବର୍ଷ ୨୦୨୨-୨୩ ପାଇଁ ବଜେଟ ଆଗତ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଆଗତ ପୂର୍ବରୁ ଅଭିଭାଷଣ ରଖୁଛନ୍ତି ନିର୍ମଳା । କରୋନା ମହାମାରୀ ସ୍ୱତେ ଭାରତୀୟ ଅର୍ଥନିତୀରେ ଅଗ୍ରଗତି ଘଟିଛ । ଜାତୀୟ ଅର୍ଥନିତୀରେ କେବଳ ଅଗ୍ରଗତି ଘଟିନାହିଁ ବଂର ଦ୍ରୁତ ଅଭିବୃଦ୍ଧି ଘଟିଥିବା କହିଛନ୍ତି ଅର୍ଥମନ୍ତ୍ରୀ । କୃଷି କ୍ଷେତ୍ରରେ ସଂସ୍କାର ଏବଂ କୃଷକଙ୍କ ଆୟବୃଦ୍ଧି ପାଇଁ ସରକାର ଆଣିଛନ୍ତି ବିଭିନ୍ନ ନୂତନ ପଦ୍ଧତି । କୃଷକଙ୍କୁ ଡିଜିଟାଲ ସେବା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟବସ୍ଥା ପ୍ରଦାନ କରିବେ । ଜୈବିକ କୃଷି ଉପରେ ସରକାର ଦେଇଛନ୍ତି ପ୍ରାଧାନ୍ୟ । ଦେଶର ୫ଟି ବୃହତ ନଦୀକୁ ଏକତ୍ରୀକରଣ କରାଯିବ । ସେହିପରି ଗତିଶକ୍ତି ଯୋଜନା ମାଧ୍ୟମରେ ୧୦୦ଟି କାର୍ଗୋ କାରଖାନା ନିର୍ମାଣ କରାଯିବ । କେନ୍ଦ୍ର ସରକାର ୮ଟି ନୂତନ ମୁଦ୍ରା ଛପାଇବା ପାଇଁ ଯାଉଛନ୍ତି ।
ସେହିପରି ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଆଗାମୀ ୩ ବର୍ଷରେ ତିଆରି ହେବ । ପର୍ବତମାଳା ଅନ୍ତର୍ଗତରେ ପାହାଡି ଅଂଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ । ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ୧୬ଲକ୍ଷ ନୂଆ ଚାକିରି ସୃଷ୍ଟି କରାଯିବ । ଜମିଜମାର ଡିଜିଟାଲାଇଜେସନ୍ ହେବ । ରାଜ୍ୟଙ୍କୁ କୃଷିବିଦ୍ୟାଳୟ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ରାଜ୍ୟଙ୍କୁ ପ୍ରତ୍ସୋହିତ କରାଯିବ । କୃଷକଙ୍କ ସହାୟତା ପାଇଁ ରାଜ୍ୟ ମାନଙ୍କ ସହଯୋଗରେ କେନ୍ଦ୍ର ପ୍ରୋଜେକ୍ଟ ପ୍ରସ୍ତୁତ କରିବ । ଏମରଜେନ୍ସି କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ : ଏମଏସଏମଇ ଏହାର ଲାଭ ଉଠାଇ ପାରିବେ । ୨୫ ହଜାର କିଲୋମିଟର ପର୍ଯ୍ୟନ୍ତ ବଢିବ ଜାତୀୟ ରାଜପଥର ଦୈର୍ଘ୍ୟ । ମହାମାରୀ ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସରକାର କାର୍ଯ୍ୟ କରିବେ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି ଅଭିନବ ବ୍ଲୁ ପ୍ରିଣ୍ଡ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟରେ ୮୦ ଲକ୍ଷ ନୂତନ ଆବାସ ନିର୍ମାଣ କରାଯିବ । ୨ ଲକ୍ଷ ଅଙ୍ଗନୱାଡିକୁ ସକ୍ଷମ ଅଙ୍ଗନୱାଡି ଭାବେ ବିକଶିତ କରାଯିବ । ୩.୮ କୋଟି ପରିବାରକୁ ୨୦୨୨-୨୩ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ସହର କ୍ଷେତ୍ରରେ ମଧ୍ୟମ ଓ ସ୍ୱଳ୍ପ ଆୟବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିବେ । ଗତି ଶକ୍ତି ଯୋଜନାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ମେଟ୍ରୋ ସିଷ୍ଟମ୍ ନିର୍ମାଣ ପାଇଁ ନୂଆ ଉପାୟ ବିକଶିତ ହେବ । ଦେଶରେ ଥିବା ସମସ୍ତ ଡାକ ଘରେ ATM ସୁବିଧା ଉପଲବ୍ଧ କରାଯିବ । ଡାକ ଘରେ ବ୍ୟାଙ୍କର ସୁବିଧା ମିଳିବ । ଶିକ୍ଷା କ୍ଷେତ୍ରରେ ସଂସ୍କାର ଏବଂ ଉନ୍ନତି ଆଣିବା ପାଇଁ ମାଧ୍ୟମରେ ଦେଶର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ଯା ଯୋଜନାରେ ଯୋଡାଯିବ ।
ଚଳିତବର୍ଷ ଆସିବ ବ୍ୟାଟେରୀ ଅଦଳ ବଦଳ ନୀତି । ଦେଶରେ ନୂତନ ଇଲେକ୍ଟ୍ରିକ ଗାଡି ଲଞ୍ଚ ହୋଇଥିବାବେଳେ, EV ଗାଡି ପାଇଁ ଚାର୍ଜିଂ ଷ୍ଟେଶନର ଅଭାବ ରହିଛି । ଏହାର ପଛରେ ଥିବା ପ୍ରମୁଖ କାରଣ ହେଉଛି ସ୍ଥାନାଭାବ । ତେଣୁ ବ୍ୟାଟେରି ଅଦଳ ବଦଳ ନୀତି ଆସିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । କୃଷକ ଡ୍ରୋନ୍ : ଚାଷକାର୍ଯ୍ୟରେ ସାହାଯ୍ୟ କରିବ ଡ୍ରୋନ୍ । ଚାଷରେ ମଧ୍ୟ ନୂଆ ଟେକନିକ୍ ବ୍ୟବହୃତ ହେବ । ଡ୍ରୋନ୍ ଦ୍ୱାରା ଜମି ପଟ୍ଟା,ଫସଲ ମୂଲ୍ୟାଙ୍କନ ଓ କିଟନାଶକ ପ୍ରୟୋଗ ହେବ । ୨୦୨୨-୨୩ରେ ଉତ୍ତର-ପୂର୍ବ ଭାରତ ପାଇଁ ବିକାଶ ଯୋଜନା ଆରମ୍ଭ ହେବ । ୨୦୨୨-୨୩ରେ ପିଏମ୍ ଆବାସ ଯୋଜନା ଅନ୍ତର୍ଗତରେ ୮୦ ଲକ୍ଷ ଘର ପାଇଁ ୪୮ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ୍ କମ୍ପାନୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି ।