ପାତାଳି ନଦୀରେ ଡ଼ଙ୍ଗା ବୁଡି ଘଟଣା; ୪ ଜଣଙ୍କ ମୃତଦେହ ଉଦ୍ଧାର

1 min read

ନନ୍ଦପୁର: କୋରାପୁଟର ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନସିଂ ନଦୀ ଘାଟରେ ଡ଼ଙ୍ଗା ବୁଡି ୫ ମହିଳା ନିଖୋଜ ଘଟଣା। ଉଦ୍ଧାର ହେଲା ଅନ୍ୟ ୪ ଜଣଙ୍କ ମୃତଦେହ। ଗ୍ରାମବାସୀ, ଅଗ୍ନିଶମ ବାହିନୀ ଓ ଓଡ୍ରାଫର ମିଳିତ ଉଦ୍ୟମରେ ୪ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

ଅଧିକ ପଢନ୍ତୁ:- ପାତାଳି ନଦୀରେ ବୁଡିଲା ଡଙ୍ଗା, ୫ ନିଖୋଜ

ସୂଚନା ଅନୁଯାୟୀ, ଗତକାଲି ସମସ୍ତେ ଆନ୍ଧ୍ରର ବଡଲା ଗ୍ରାମକୁ  ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ସନ୍ଧ୍ୟାରେ ଫେରୁଥିବା ବେଳେ ନଦୀ ଘାଟରେ ଘଟୁଆଳ ନଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଏକ ଦେଶୀ ଡ଼ଙ୍ଗା ଘାଟରେ ଥିବା ଦେଖି ଦୁଇ ମହିଳାଙ୍କ ସହ ତିନି ନାବାଳିକା ଡ଼ଙ୍ଗା ନେଇ ପାତାଳି ନଦୀପାର ହେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମଝି ନଈରେ ଡ଼ଙ୍ଗା ଭାରସ୍ୟାମ ହରାଇ ବୁଡି ଯିବାରୁ ସମସ୍ତେ ନିଖୋଜ ହୋଇଯାଇଥିଲେ।