ନନ୍ଦନକାନନରେ ଧଳା ବାଘର ମୃତ୍ୟୁ

1 min read

ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁ ଆଜି ଆଖି ବୁଜିଛି  । ରକ୍ତରେ ସଂକ୍ରମଣ ଥିବା କାରଣରୁ ଧଳା ବାଘର ମୃତ୍ୟୁ ହୋଇଥିବା ଜଣାପଡିଛି  । ନନ୍ଦନକାନନରେ ରହୁଥିବା ଧଳା ମହାବଳ ବାଘ ଶୁଭ୍ରାଂଶୁ ୧୪ ଦିନ ହେଲା ଅସୁସ୍ଥ ଥିଲା  ।

ସେ ହଠାତ୍ ଶନିବାର ଦିନ ଅସୁସ୍ଥ ହୋଇ ତଳେ ପଡିଯାଇଥିଲା  । ତା ପରଠାରୁ ସେ ସଠିକ୍ ଭାବେ ଖାଦ୍ୟ ଗ୍ରହଣ କରିପାରୁନଥିଲା  ।

୧୪ ଦିନ ହେଲା ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଧଳା ମହାବଳ ବାଘ ଶୁଭ୍ରାଂଶୁର ଚିକିତ୍ସା ଚାଲିଥିଲା  । ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁକୁ ନେଇ ଏଯାଏଁ ପ୍ରାଣୀ ଉଦ୍ୟାନ ନନ୍ଦନକାନର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।

ବର୍ତ୍ତମାନ ଶୁଭ୍ରାଂଶୁର ମୃତ୍ୟୁ ପରେ ନଦନ୍ଦକାନରରେ ୧୨ଟି ବାଘ ଓ ୧୩ଟି ବାଘୁଣୀ ଥିବା ସୂଚନା ରହିଛି  ।

  ')}

Leave a Reply