ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍ ; ହତ୍ୟା ପଛର ରହସ୍ୟ ପାଇଁ ଗୋପାଳକୁ ମାରାଥନ ଜେରା

1 min read

ଝାରସୁଗୁଡ଼ା : ଝାରସୁଗୁଡାରେ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲା । ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କ୍ରାଇମବ୍ରାଞ୍ଚର କିଛି ସୁରାଗ ପାଇ ଝାରସୁଗୁଡା ବିମାନ ବନ୍ଦର ଥାନାରେ ସ୍ବରେଜ ଟ୍ୟାଙ୍କରେ ଚାଲିଛି ଖୋଳାଖୋଳି । ତେବେ ଅଭିଯୁକ୍ତ କଣ ସେହି ସ୍ବରେଜ ଟ୍ୟାଙ୍କରେ ପକାଇଛି ସେନେଇ ଚାଲିଛି ଛାନବିନ୍ । ସେପଟେ ନବକିଶୋର ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ । ଅଭିଯୁକ୍ତଠୁ ହତ୍ୟାର ସତ ବାହାର କରିବାକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ ।

ଗତକାଲିଠୁ ୪ଦିନିଆ ରିମାଣ୍ଡରେ ନେଇ ଛାନବିନ ଆରମ୍ଭ କରିଛି ତଦନ୍ତକାରୀ ଟିମ । ହତ୍ୟା ଯୋଜନାବଦ୍ଧ ଥିଲା ନା ଅଚାନକ୍ ? କେଉଁ ରାଗ ଗୋପାଳକୁ ସଜାଇ ଦେଲା ରାକ୍ଷସ ? ସୁରକ୍ଷା ଦେଉଥିବା ବନ୍ଧୁକ ବିନା କାରଣରେ କାହିଁକି ଗର୍ଜି ଉଠିଲା ? ରିମାଣ୍ଡରେ ଏସବୁ ତଥ୍ୟ ଆଦାୟ କରୁଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତର ମନସ୍ଥିତି ଅନୁଧ୍ୟାନ ନେଇ ପଦକ୍ଷେପ ନିଆଯାଉଛି । FARO-3D କ୍ୟାମେରା ମାଧ୍ୟମରେ କ୍ରାଇମସ୍ପଟର ନୀରିକ୍ଷଣ ଜାରି ରହିଛି ।

ସାଇଣ୍ଟିଫିକ ଅଫିସର, ବାଲିଷ୍ଟିକ ଏକ୍ସପର୍ଟ ନିରୀକ୍ଷଣ କରୁଛନ୍ତି । ଅନ୍ୟ ଏକ ଟିମ୍ ନବକିଶୋରଙ୍କ ସମର୍ଥକଙ୍କୁ ପଚାରଉଚରା କରୁଛି । ଗୋପାଳର ମାନସିକ ରୋଗ ନେଇ ଅନୁଧ୍ୟାନ କରୁଛି ଆଉ ଏକ ଟିମ୍ । ଗୋପାଳର ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଅଭିଯୁକ୍ତର କନେକ୍ସନରେ ପୁରୁଷତ୍ତୋମପୁର ବ୍ରାହ୍ମଣଶାସନର ଦୁଇ ବ୍ୟକ୍ତିଙ୍କୁ ପଚରାଉଚୁରା ପରେ ଛାଡ଼ି ଦେଇଛି ପୋଲିସ୍ ।

CFSL ଏକ୍ସପର୍ଟଙ୍କ ସହାୟତାରେ ସ୍ବର ପରୀକ୍ଷଣ ନେଇ ପଦକ୍ଷେପ ନିଆଯାଉଛି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜତିନ୍ଦ୍ର ପ୍ରସାଦ ଦାସ ତଦନ୍ତର ତଦାରଖ ଦାୟିତ୍ବ ନେଇଛନ୍ତି । ସେପଟେ ଆସିଛି ନବ କିଶୋରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଗୁଳିମାଡ଼ ପରେ ନବ କିଶୋରଙ୍କ ହୃତପିଣ୍ଡ ନଷ୍ଟ ହୋଇଯାଇଥିଲା । ହୃତସ୍ପନ୍ଦନ ବନ୍ଦ ଯୋଗୁଁ ନବଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।