ମେ’ ୩ ପରେ ସମସ୍ତେ ପ୍ରସ୍ତୁତ ରୁହନ୍ତୁ, ରାଜ ଠାକରେଙ୍କ ଚେତାବନୀ
2 min readମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଜୁନ୍ ୫ ଅଯୋଧ୍ୟା ଗସ୍ତ କରିବେ । ଏହା ସହିତ ସେ ଆସନ୍ତା ମେ’ ୧ରେ ଐରଙ୍ଗାବାଦରେ ତାଙ୍କର ପରବର୍ତ୍ତୀ ସାଧାରଣ ସଭା କରିବାକୁ ଘୋଷଣ କରିଛନ୍ତି । ରାଜ୍ ଠାକରେ କହିଛନ୍ତି ଆମେ ମହାରାଷ୍ଟ୍ରରେ ଦଙ୍ଗା ଚାହୁଁନାହୁଁ । ନମାଜ କରିବାକୁ ଆମେ କେହି ବିରୋଧ କରୁନାହୁଁ । କିନ୍ତୁ ଯଦି ଆପଣ ଏହାକୁ ଲାଉଡ ସ୍ପିକରରେ କରନ୍ତି ତେବେ ଆମେ ମଧ୍ୟ ଲାଉଡ ସ୍ପିକର ବ୍ୟବହାର କରିବୁ ।
We don't want riots in Maharashtra. No one has opposed the offering of prayers. But if you (Muslims) do it on loudspeaker, then we'll also use loudspeakers for it. Muslims should understand that religion isn't bigger than the law.After May 3,I'll see what to do: Raj Thackeray,MNS pic.twitter.com/SwtsJIPiq5
— ANI (@ANI) April 17, 2022
ରାଜ ଠାକେର କହିଛନ୍ତି ଯେ ମୁସଲମାନମାନେ ବୁଝିବା ଉଚିତ୍ ଯେ କୌଣସି ଧର୍ମ ଆଇନଠାରୁ ବଡ଼ ନୁହେଁ । ସେ ଆହୁରି କହିଛନ୍ତି ଯେ ମେ’ ୩ ପରେ ମୁଁ କ’ଣ କରିବି ଦେଖିବି । ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଜାହାଙ୍ଗୀରପୁରରେ ହୋଇଥିବା ହିଂସା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ ଠାକରେ । ସେ କହିଛନ୍ତି ଏହି ସବୁ ଘଟଣାରେ ଏହି ପରି ଭାବରେ ଉତ୍ତର ଦିଆଯିବା ଉଚିତ୍ । ନଚେତ ଏହି ଲୋକମାନେ ବୁଝିବେ ନାହିଁ ।
I think that such things should be answered in a similar manner, otherwise, those people will not understand…:MNS chief Raj Thackeray on Delhi Jahangirpuri violence
Raj Thackeray will visit Ayodhya on 5th June. He will hold his next public rally on May 1 in Aurangabad. pic.twitter.com/xcKDQfB8MU
— ANI (@ANI) April 17, 2022
ରାଜ ଠାକରେ ଦେଶର ସମସ୍ତ ହିନ୍ଦୁମାନଙ୍କୁ ପ୍ରସ୍ତୁତ ରହିବାକୁ ନିବେଦନ କରିଛନ୍ତି । ଯଦି ମୁସଲିମ୍ ସମାଜର ଲୋକମାନେ ୧’ ୩ ସୁଦ୍ଧା ମସଜିଦରୁ ଲାଉଡ ସ୍ପିକର ହଟାନ୍ତି ନାହିଁ, ତେବେ ଆମେ ବି ହନୁମାନ ଚାଳିସା ଲାଉଡ ସ୍ପିକରରେ ବଜାଇବୁ । ତେବେ ଏହି ଲାଉଡ ସ୍ପିକର ପାଇଁ କେବଳ ହିନ୍ଦୁ ସମାଜର ଲୋକ ଅସୁବିଧାର ସମ୍ମୁଖୀନ ହେଉନାହିଁନ୍ତି ବରଂ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏଥିସହ ଶିବସେନା ମନ୍ତ୍ରୀ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ହିନ୍ଦୁତ୍ୱ ପ୍ରସଙ୍ଗରେ ନିଜର ଗଡ଼କୁ ଯାଇ ବିଜେପିକୁ ଉତ୍ତର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଖୁବ୍ ଶୀଘ୍ର ଅଯୋଧ୍ୟା ପରିଦର୍ଶନ କରିବେ ବୋଲି ଆଦିତ୍ୟ ଠାକରେ ଶନିବାର ଘୋଷଣା କରିଛନ୍ତି । ସେ ମେ’ ମାସ ଆରମ୍ଭରେ ଅଯୋଧ୍ୟା ଯାଇପାରନ୍ତି । ସେ କହିଛନ୍ତି ଯେ ଅଯୋଧ୍ୟା ଯାତ୍ରା ସମ୍ପର୍କରେ ସାଂସଦ ସଞ୍ଜୟ ରାଉତଙ୍କ ସହ ତାଙ୍କର ଆଲୋଚନା ହୋଇଛି । ଅଯୋଧ୍ୟା ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଘୋଷଣା କରାଯିବ ।