ବର୍ଷୀଆନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବର୍ଷୀଆନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ୮୫ ବର୍ଷରେ ମୃତ୍ୟୁବରଣ କଲେ ଶାନ୍ତନୁ ମହାପାତ୍ର । କିଛି ଦିନ ଧରି ଦେହ ଅସୁସ୍ଥ ଥିବାବେଳେ ଗତ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧.୩୦ରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଭାଇ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମନେଇଥିବା ଶାନ୍ତନୁ ଥିଲେ ବହୁଗୁଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତି  । ସଙ୍ଗୀତ ଦୁନିଆରେ ଭିନ୍ନ ସ୍ବାଦର ଗୀତରେ ଶ୍ରୋତାଙ୍କୁ ସର୍ବଦା ବାନ୍ଧି ରଖନ୍ତି ଶାନ୍ତନୁ ମହାପାତ୍ର  । ଓଡିଆ ଭାଷାରେ ଅନେକ ଲୋକପ୍ରିୟ ଗୀତର ରଚନା ସହ ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି  । ଓଡିଆ ଛଡା ହିନ୍ଦୀ, ଆସାମୀ, ବେଙ୍ଗଲୀ ଏବଂ ତେଲୁଗ ଭାଷାରେ ମଧ୍ୟ ଅନେକ ଗୀତର ରଚନା କରିଛନ୍ତି ଶାନ୍ତନୁ ମହାପାତ୍ର   ।

ଓଡିଶା ସରକାରରେ ଖଣି ଏବଂ ଭୂତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ  କରିବା ସହ ସେ ଦୂରଦର୍ଶନରେ ମଧ୍ୟ ଦୀର୍ଘ ଦିନର କାର୍ଯ୍ୟ ସମ୍ପାଦନା କରିଛନ୍ତି  । ସଙ୍ଗୀତ ଜଗତରେ ଶାନ୍ତନୁ ମହାପାତ୍ରଙ୍କ ଅଲିଭା ଅବଦାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ମଧ୍ୟ ପ୍ରଦାନ କରିଛନ୍ତି  ।

ବିଶିଷ୍ଟ ଗୀତିକାର ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ

Leave a Reply