ପ୍ରେମିକାର ତଣ୍ଟି ଚିପି ହତ୍ୟା କରି କୂଅ ଭିତରକୁ ମୃତଦେହ ଫିଙ୍ଗିଲା ପ୍ରେମିକ

ବରଗଡ଼: ବରଗଡ଼ ବିଜେପୁର ଥାନା ସାଇପାଲି ଗାଁରେ ଚାଞ୍ଚଲ୍ୟ । ପ୍ରେମିକାର ତଣ୍ଟି ଚିପି ହତ୍ୟା କରି କୂଅ ଭିତରକୁ ମୃତଦେହ ଫିଙ୍ଗି ଦେଲା ପ୍ରେମିକ । ପ୍ରମାଣ ନଷ୍ଟ ପାଇଁ ସୈତାନ୍ ପ୍ରେମିକ ଏଭଳି ସାଂଘାତିକ ଉଦ୍ୟମ କରିଛି । ସୂଚନା ଅନୁସାରେ, ସାଇପାଲି ଗ୍ରାମର ପଦ୍ମିନୀ ଛତ୍ରିଆ ଗତ ୧୫ ତାରିଖରୁ ନିଖୋଜ ଥିଲେ । ଏନେଇ ବିଜେପୁର ଥାନାରେ ମାମଲା ରୁଜୁ ହୋଇଥିଲା । ପଦ୍ମିନୀ ଛତ୍ରିଆ ଏବଂ ଚନ୍ଦ୍ରଶେଖର ସେଠଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ହେଲେ ପଦ୍ମିନୀଙ୍କର ଅନ୍ୟ ସ୍ଥାନରେ ବିବାହ ପ୍ରସ୍ତାବ ଆସିବାରୁ ଚନ୍ଦ୍ରଶେଖର ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି । କୂଅରୁ ମୃତଦେହ ଉଦ୍ଧାର ପରେ ସାମ୍ନାକୁ ଆସିଛି ଘଟଣା ।