spot_img

Latest Posts

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାରି ଗଛରେ ଝୁଲାଇଦେଲେ ଗାଁ ଲୋକେ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡମାଳ ଫାଣ୍ଡି ଅନ୍ତର୍ଗତ ବରାହମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା। ଗୁଣି ଗାରେଡ଼ି ସନ୍ଦେହରେ ବ୍ରୁଦ୍ଧଙ୍କୁ ହତ୍ୟା ଅଭିଯୋଗ। ମୃତକ ହେଲେ ବରାହମାଲର ୬୫ ବର୍ଷ ବୟସର  ନିତ୍ୟା ଭୋଇ। ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ପରିବାରଲୋକେ ଅଭିଯୋଗ କରିଛନ୍ତି। ମୃତଦେହଟି ଗାଁ ନିକଟ ଜଙ୍ଗଲରୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ କଙ୍ଗାରୁ କୋର୍ଟ କରି ତାଙ୍କ ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ସୁନାଧର ଭୋଇ ଅଭିଯୋଗ କରିଛନ୍ତି।

ଗାଁର ତହସିଲ ବଗର୍ତ୍ତି,  ରାଜେଶ ବଗର୍ତ୍ତୀ, ଲିଙ୍ଗ ବଗର୍ତ୍ତୀ, ନବ ବଗର୍ତ୍ତୀ ଓ ଦୁଖୁ ଭୁଏ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ନେଇ ସୁନାଧର ଅଭିଯୋଗ କରିଛନ୍ତି। ହତ୍ୟା କଲାପରେ ଆତ୍ମହତ୍ୟାର ରୂପ ଦେବାକୁ ବାପାଙ୍କ ମ୍ରୁତଦେହ ଟିକୁ ଗଛରେ ଝୁଲାଇ ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ଖବର ପାଇ ସଇଁନ୍ତଳା ପୋଲିସ ଚାରି ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସଇଁତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Latest Posts

Don't Miss