ଗାଜିଆବାଦ ଶ୍ମଶାନଘାଟ ଦୁର୍ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଠିକାଦର

ଲକ୍ଷ୍ନୌ: ଗାଜିଆବାଦର ମୁରାଦନଗର ଅଞ୍ଚଳରେ ଘଟିଥିବା ଶ୍ମଶାନ ଭୁଶୁଡିବା ଘଟଣାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ । ଶ୍ମଶାନଘାଟ ନିର୍ମାଣ କାର୍ଯ୍ୟ ନେଇଥିବା ଠିକାଦାର ବିରୋଧରେ ଅଭିଯୋଗ ଆସିଥିଲେ ମଧ୍ୟ ଫେରାର ଥିଲା ଦଲାଲ ଅଭିଯୁକ୍ତ । ସେପଟେ ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଛାତ ଭୁଶୁଡିପଡିଛି । ଫଳରେ ଏଭଳି ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଇଓ, ଇଂଜିନିୟର ଏବଂ ସୁପରଭାଇଜରକୁ ଗିରଫ କରାଯାଇଥିଲେ । ସୋମାବାର ମଧ୍ୟ ରାତ୍ରିରେ ମୁଖ୍ୟ ଅଭିଯୁକ୍ତ ଅଜୟ ତ୍ୟାଗୀକୁ ଗିରଫ କରିଛି । ଏମାନଙ୍କ ବିରୋଧରେ ଧାରା ୩୦୪, ୩୩୭,୩୩୮,୪୨୭ ଏବଂ ୪୦୯ ରୁଜୁ କରାଯାଇଛି ।

ସେପଟେ ଘଟଣାଘଟିବା ଦିନ ପୋଲିସ ତିନିଜଣଙ୍କୁ ଗିରଫ କରିଥିଲା । କିନ୍ତୁ ଫେରାର ରହିଥିଲା ମୁଖ୍ୟ ଅଭିଯୁକ୍ତ ତଥା ଠିକାଦାର ଅଜୟ ତ୍ୟାଗୀ । ପୋଲିସ ଧରିବା ପାଇଁ ୨୫ ହଜାର ଟଙ୍କରା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ରବିବାର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବ ଦାହ କରିବାକୁ ସମ୍ପର୍କୀୟ ଯାଇଥିବାବେଳେ ପ୍ରବଳ ବର୍ଷା ହୋଇଥିଲା । ପରେ ସମସ୍ତେ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ଛାତ ଭୁଷୁଡିପଡିଥିଲା । ଫଳରେ ୨୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

Leave a Reply