spot_img

Latest Posts

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ। ୨୪ ଘଣ୍ଟାରେ ଏତେ ବର୍ଷା ହୋଇଛି  ଯେ,  କେତେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ଏପରିକି କେତେକ ଅଞ୍ଚଳରେ  ଗତ ରାତି ଗୋଟିଏରୁ ଆଜି ସକାଳ ୭ଟା ମଧ୍ଯରେ ମାତ୍ର ୬ ଘଣ୍ଟାରେ ୩୦ ସେଣ୍ଟିମିଟର ବର୍ଷା ହୋଇଛି। ମୁମ୍ବାଇ, ଥାଣେ, ପଲଘର, କୋଙ୍କଣ ଅଞ୍ଚଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି ଲୋକାଲ ଟ୍ରେନ୍ ଚଳାଚଳ। କାରଣ ଟ୍ରାକରେ ମଧ୍ଯ ଜମି ରହିଛି ପାଣି। ୱର୍ଲି, ବୁଣ୍ଟାରା ଭବନ, କୁର୍ଲା ଇଣ୍ଟ, କିଙ୍ଗସ ସର୍କଲ, ଦାଦର, ବିଦ୍ଯାବିହାର ଅଞ୍ଚଳରେ ଟ୍ରାକ ବୁଡ଼ି ଯାଇଛି। ମୂଷଳଧାରା ବର୍ଷା ପାଇଁ ୫୦ଟି ଫ୍ଲାଇଟ ବାତିଲ କରାଯାଇଥିବା ବେଳେ ସଡ଼କ ପରିବହନ ମଧ୍ଯ ପ୍ରଭାବିତ ହୋଇଛି। କାରଣ ରାସ୍ତାରେ ଜମି ରହିଛି ଅଣ୍ଟାଏ ଉଚ୍ଚର ପାଣି। ମହାନଗର ଅଞ୍ଚଳରେ ରହିଥିବା ସବୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆଜି ମଧ୍ଯ ପ୍ରବଳରୁ ପ୍ରବଳ ବର୍ଷା ହେବ। ସମୁଦ୍ରରେ ପ୍ରାୟ ୫ମିଟରର ଜୁଆର ଦେଖିବାକୁ ମିଳିଛି।  ଉଦ୍ଧାର ଓ ରିଲିଫ  ପାଇଁ ଏନଡିଆରଏଫ୍ ମୁତୟନ କରାଯାଇଛି । ଶତାଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି।

 

Latest Posts

Don't Miss