ହାଇଦ୍ରାବାଦ ପରେ ମୁମ୍ବାଇ ଓ ପୁନେରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଅବସ୍ଥା ହେଲାଣି ଏମିତି

1 min read

ମୁମ୍ବାଇ: ବୁଧବାର ହାଇଦ୍ରାବାଦ ସହରର ରାସ୍ତାରେ ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଥିଲା । ଏବେ ମୁମ୍ବାଇ ଏବଂ ପୁନେରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ମୁମ୍ବାଇ ଏବଂ ପୁନେରେ ରାତିସାରା ହୋଇଥିବା ପ୍ରବଳ ବର୍ଷାରେ ବେହାଲ ହୋଇଛି ଜନଜୀବନ । ମୁମ୍ବାଇର ସିୟୋନ ପୋଲିସ ଷ୍ଟେସନ ନିକଟରେ ପାଣି ଭର୍ତ୍ତି ହୋଇଯାଇଛି । ଏତେ ବର୍ଷା ହୋଇଛି ଯେ, ପୁନେ ରାସ୍ତା ଏବେ ନଈରେ ପରିଣତ ହୋଇଯାଇଛି ।

ମୁମ୍ବାଇ ଓ ପୁନେରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା

ଆଜି ମୁମ୍ବାଇରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ । ଏହାସହ ମୁମ୍ବାଇର କେତକ ଅଞ୍ଚଳକୁ ମଧ୍ୟ ରେଡ ଆଲର୍ଟ ଜାରି କରାଯାଇଛି । ରାତିର ବର୍ଷା ପରେ ମୁମ୍ବାଇର ବାୟକୁଲ୍ଲା, ହିନ୍ଦମାତା, କୁର୍ଲା, କିଙ୍ଗ ସର୍କଲ ସମେତ ଅନେକ ଅଞ୍ଚଳରେ ବର୍ଷା ହୋଇଛି। ପୁନେରେ ମଧ୍ୟ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପାଣିରେ ବାଇକ୍ ଭାସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ଆଲର୍ଟ କରିଛି

ପାଣିପାଗ ବିଭାଗ ପୁନେ ସହ ମହାରାଷ୍ଟ୍ରର ମୁମ୍ବାଇ, ସିନ୍ଧୁଦର୍ଗ ଅଞ୍ଚଳରେ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରିଛି । ଗତକାଲିଠାରୁ ମୁମ୍ବାଇରେ ବର୍ଷା ହୋଇଛି। ପୁନେରେ ପ୍ରବଳ ବର୍ଷା ହେତୁ ପୁନେ-ସୋଲାପୁର ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଠାରେ ରାସ୍ତାରେ ଜଳ ପୁନେର ଅନେକ ସ୍ଥାନରେ ଲୋକଙ୍କ ଘର ପାଣିରେ ବୁଡି ରହିଛି।

ଅନୟପଟେ, ଲଗାଣ ବର୍ଷାରେ ବେହାଲ୍ ହାଇଦ୍ରାବାଦ୍ । ସବୁଠି କେବଳ ପାଣି ଆଉ ପାଣି । ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି । ଲୋକେ ଘରୁ ବାହାରି ପାରୁନଥିବା ବେଳେ ବର୍ଷାର ଏଭଳି ରୂପ କେବେ ବି କେହି ଦେଖିନଥିବା କହିଛନ୍ତି । ଏବେ ସୁଦ୍ଧା 10ରୁ ଅଧିକ ଲୋକଙ୍କ ଜୀବନ ନେଇଛି ବର୍ଷା, ନିଖୋଜ ହୋଇଥିବା ଲୋକଙ୍କ ପତ୍ତା ମିଳୁନି । ଅନେକ ଗାଡି ମଟର ମଧ୍ୟ ଫସି ରହିଛି । ଅଟାପୁର ମୁଖ୍ୟ ରାସ୍ତା, ମୁଶିରାବାଦ, ଟୋଲ ଚୌକି, ଦମିଗୁଡ଼ା ଅଞ୍ଚଳରେ ପାଣି ଭରିରହିଛି । ତଳି ଅଞ୍ଚଳ ଲୋକେ ଅନେକ ସମସ୍ୟାରେ ଥିବାବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a Reply