ଆଇପିଏଲ ପରେ ଏହି ଲିଗରେ ଖେଳିବେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି, ପାଇବେ ମୋଟା ଅଙ୍କର ରାଶି

1 min read

ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ ଏବେ ଚାଲିଛି । ଦିନକୁ ଦିନ ବେଶ ରୋମାଞ୍ଚକର ହେଉଛି ଏହି ଟୁର୍ଣ୍ଣାମେଣ୍ଟ । ଖେଳାଳିମାନେ ଭଲ ରୋଜଗାର କରୁଛନ୍ତି । ତେବେ ଭାରତୀୟ ଖେଳାଳିମାନେ ଆଇପିଏଲ ବ୍ୟତିତ ଅନ୍ୟ କୌଣସି ଦେଶରେ ଆୟୋଜନ ହେଉଥିବା ଲିଗରେ ଭାଗ ନେଉନାହାନ୍ତି । କିନ୍ତୁ ମୁମ୍ବାଇ କ୍ରିକେଟ ଆସୋସିଏସନ(MCA) ଦ୍ବାରା ଆୟୋଜିତ ଲିଗରେ ନଜର ଆସିବେ ଟିମ ଇଣ୍ଡିଆ ପକ୍ଷରୁ ଖେଳୁଥିବା ବହୁ ଷ୍ଟାର ଖେଳାଳି ।  ଯଦିଓ ପୂର୍ବରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବହୁ ଖେଳାଳି ଭାଗ ନେଉନଥିଲେ । ମାତ୍ର ଏଥରକ ଏମସିଏ ପକ୍ଷରୁ ଏହା ବାଧ୍ୟତାମୂଳକ କରାଯାଇଛି ।

ଟିମ ଇଣ୍ଡିଆ ଆଇପିଏଲ ପରେ ଇଂଲଣ୍ଡ ଗସ୍ତରେ ଯିବ । ମାତ୍ର ଯେଉଁ ଖେଳାଳିମାନେ ଏଥିରେ ମନେନିତ ନହେବେ ସେମାନେ ଏଥିରେ ଖେଳିବେ । ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥବା ଏବଂ ସ୍ଥାନୀୟ ଖେଳାଳିଙ୍କୁ ମିଶାଇ ପାଖାପାଖି ୨୮୦୦ ଜଣ ଖେଳାଳି ପଞ୍ଜିକରଣ କରିଛନ୍ତି । ସେପଟେ ଟିମ ଇଣ୍ଡଆ ପାଇଁ ଖେଳିଥିବା ଖେଳାଳିମାନେ ଭାଗ ନେଲେ ନିଲାମ ବ୍ୟତିତ ସେମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେପଟେ ଟିମ ଇଣ୍ଡିଆ ପାଇଁ ଖେଳିଥିବା ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ପୃଥୀ ଶ’, ସାର୍ଦ୍ଧୁଲ ଠାକୁର, ରୋହିତ ଶର୍ମା ଏବଂ ଆଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳି ମାନେ ନଜର ଆସି ପାରନ୍ତି ।