ଗୁଗଲ୍ CEO ସୁନ୍ଦର ପିଚାଇଙ୍କ ବିରୋଧରେ ମୁମ୍ବାଇରେ ଏତଲା ରୁଜୁ

Mumbai Police File Case Against Google CEO Sundar Pichai On Copy Right

ମୁମ୍ବାଇ: ଗୁଗଲ୍ ସିଇଓଙ୍କ ବିରୋଧରେ ଏତଲା ରୁଜୁ । ମୁମ୍ବାଇ ପୋଲିସ ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ବିରୋଧରେ ଏତଲା ରୁଜୁ କରିଛି । ଏକ ଅଦଲାତଙ୍କ ଆଦେଶ କ୍ରମେ ମୁମ୍ବାଇ ପୋଲିସ ପିଚାଇଙ୍କ ବିରୋଧରେ କପି ରାଇଟ୍ ଧାରାରେ ଏଫଆଇଆର୍ ରୁଜୁ କରିଛି ।

ମାମଲା କ’ଣ ?

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସୁନୀଲ ଦର୍ଶନଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରକୁ ୟୁଟ୍ୟୁବରେ ଅପଲୋଡ୍ କରାଯାଇଛି । ଯାହାପରେ ଅଦାଲତ ମୁମ୍ବାଇ ପୋଲିସକୁ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତଙ୍କ ଆଦେଶ ପରେ ଏମଆଇଡିସି ପୋଲିସ ପିଚାଇଙ୍କ ସମେତ ୬ ଜଣଙ୍କ ବିରୋଧରେ ଏତଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Mumbai Police File Case Against Google CEO Sundar Pichai On Copy Right

ନିର୍ଦ୍ଦେଶକ ସୁନୀଲ ଦର୍ଶନଙ୍କ ଅନୁସାରେ, ତାଙ୍କ ଫିଲ୍ମ ‘ଏକ ହସିନା ଥି ଏକ ଦିୱାନା ଥି’ର କପି ରାଇଟ୍ ସେ କାହାରିକୁ ଦେଇ ନାହାଁନ୍ତି । ଏହା ସତ୍ତ୍ୱେ କିଛି ଲୋକ ଫିଲ୍ମର ଗୀତ ଓ ଭିଡିଓକୁ ଗୁଗଲ୍ ଓ ୟୁଟ୍ୟୁବରେ ଅପଲୋଡ୍ କରିଛନ୍ତି । ଏବଂ ଏହି ଫିଲ୍ମକୁ ଅପଲୋଡ୍ ପାଇଁ ୟୁଟ୍ୟୁବ୍ ଓ ଗୁଗଲ୍ ଅନୁମତି ଦେଇଛନ୍ତି । ଯାହାଦ୍ୱାରା ଅପଲୋଡ୍ କରିଥିବା ଲୋକ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ତାଙ୍କୁ କୋଟି କୋଟି ଟଙ୍କା କ୍ଷତି ହୋଇଛି । ସୁନ୍ଦର ପିଚାଇଙ୍କ ସମେତ ୟୁଟ୍ୟୁବ୍ ଏମଡି ଗୌତମ ଆନନ୍ଦ ଏବଂ ଗୁଗଲର ଅନ୍ୟ ଅଧିକାରୀଙ୍କ ବିରୋଧରେ କପି ରାଇଟ୍ ଧାରା ୫୧, ୬୩ ଓ ୬୯ରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ ।

Leave a Reply