IPL 2021: ଚେନ୍ନାଇର ବିଜୟ ଅଭିଯାନକୁ ରୋକିପାରିବ କି ମୁମ୍ବାଇ?

1 min read

ନୂଆଦିଲ୍ଲୀ: ଶନିବାର ଆଇପିଏଲ୍ 14ରେ ହେବ ବହୁ ପ୍ରତିକ୍ଷିତ ମ୍ୟାଚ୍। ମୁହାଁମୁହିଁ ହେବେ ଆଇପିଏଲର 2ଟି ସବୁଠୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ। ବର୍ତ୍ତମାନ ସୁଦ୍ଧା ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ 6 ଟି ମ୍ୟାଚରୁ 5ଟି ମ୍ୟାଚ୍ ଜିତିଛନ୍ତି। ତେବେ ଦଳ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ପାଞ୍ଚଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ 6 ଟି ମ୍ୟାଚ୍ ରୁ ମାତ୍ର 3ଟି ଜିତିଛି। ଏବଂ 6 ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର 4 ନମ୍ବର ସ୍ଥାମନରେ ରହିଛି।

ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲ୍ ଟୁର୍ନାମେଣ୍ଟରେ CSK ପ୍ଲେ ଅଫ୍ ରେ ସ୍ଥାନ ରଖିବାରେ ବିଫଳ ହୋଇଥିଲା। ହେଲେ ଏଥର ଦଳ ବିଜୟର ଲକ୍ଷ ନେଇ ମଇଦାନକୁ ଓହ୍ଲାଇଛି। ଏପର୍ଯ୍ୟନ୍ତ ହୋଇଥିବା ମ୍ୟାଚଗୁଡ଼ିକରେ ମୁମ୍ବାଇ ଅପେକ୍ଷା ଚେନ୍ନାଇ ଦଳର ପ୍ରଦର୍ଶନ ବେଶ୍ ଭଲ ରହିଛି।

ମୁମ୍ବାଇର ଓପନର କ୍ୱିଣ୍ଟନ ଡିକକ୍ ଗତ ମ୍ୟାଚରେ ଜବରଦସ୍ତ ଫର୍ମ ସହ କମବ୍ୟାକ କରିଛନ୍ତି। କେବଳ ସେ ନୁହେଁ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ କୃଣାଲ ପାଣ୍ଡ୍ୟା ମଧ୍ୟ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଦଳର ଓପନିଂ ସହ ମିଡିଲ ଅର୍ଡର ମଧ୍ୟ ବେଶ୍ ମଜଭୁତ ରହିଛି। ଅନ୍ୟପଟେ ଚେନ୍ନାଇର କିନ୍ତୁ ଏ ପର୍ଯ୍ୟନ୍ତ ମିଡିଲ ଅର୍ଡରର ପରୀକ୍ଷା ହୋଇ ନାହିଁ କହିଲେ ଚଳେ। କାରଣ ଫାଫ୍ ଡୁପ୍ଲେସିସ୍ ଓ ଋତୁରାଜ ଗାୟକ୍ୱାଡ଼ ବିଗତ କିଛି ମ୍ୟାଚ ଗୁଡ଼ିକରେ ଜବରଦସ୍ତ ଓପନିଂ ସହ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ହେଲେ ଆଜିର ମ୍ୟାଚରେ ଏହି ଦୁଇଜଣଙ୍କୁ ଟ୍ରେଣ୍ଟ ବୋଲ୍ଟ ଓ ଜସପ୍ରିତ୍ ବୁମରାହଙ୍କ ବିପକ୍ଷରେ ନିଜର ଫର୍ମ ବଜାୟ ରଖିବା ବେଶ୍ ଚ୍ୟାଲେଞ୍ଜଂ ହେବ।

ସାମ୍ଭାବ୍ୟ ପ୍ଲେଇଁ ଇଲେଭେନ୍:

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା କ୍ୟାପ୍ଟେନ୍ଗ), କ୍ୱିଣ୍ଟନ୍ ଡିକକ୍ (ୱିକେଟ୍ କିପର୍), ସୂର୍ଯ୍ୟକୁମାର ଯାଦବ, କୃନାଲ ପାଣ୍ଡ୍ୟା, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଜୟନ୍ତ ଯାଦବ, ନାଥାନ୍ କୁଲଟର, ରାହୁଲ ଚହର, ଜସପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ।

ଚେନ୍ନାଇ ସୁପର କିଙ୍ଗସ୍: ଫାଫ୍ ଡୁ ପ୍ଲେସିସ୍, ରୁତୁରାଜ ଗାଇକୱାଡ଼, ମୋଇନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟଡୁ, ରବିନ୍ଦ୍ର ଜାଡ଼େଜା, ଏମଏସ୍ ଧୋନି (ୱିକେଟକିପର୍ /କ୍ୟାପ୍ଟେନ), ସାମ କରନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଇମ୍ରାନ ତାହିର

Leave a Reply