ଦେଢ଼ ଲକ୍ଷ କମିଲା ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ସଂଖ୍ୟା, ଫ୍ୟାନ୍ସ କହିଲେ..
ମୁମ୍ବାଇ: ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ନିଷ୍ପତ୍ତି ପରେ ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ପାଖାପାଖି ଦେଖ ଲକ୍ଷରୁ ଅଧିକ ଫଲୋର୍ସ କମିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତ୍ତିକୁ ପ୍ରଂଶସକମାନେ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ଚାମ୍ପିୟନ କରିଥିବା ରୋହିତ ବଦଳରେ ହାର୍ଦ୍ଦିକଙ୍କୁ ଅଧିନାୟକଭାବେ ଅଧିକାଂଶ ଫ୍ୟାନ୍ସ ପସନ୍ଦ କରୁଥିବା ନଥିବା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।
ସୂଚନା ଥାଉକି, ରୋହିତ ଶର୍ମାଙ୍କ ଯୁଗ ଶେଷ । ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁଦାୟିତ୍ୱ । ୨୦୨୪ ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ସହ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ହୋଇଛି । ରୋହିତ ଶର୍ମା ୨୦୧୩ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା । ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକତ୍ବ ହରାଇଛନ୍ତି । କିନ୍ତୁ ସେ ଦଳ ସହ ରହିବେ । ଜଣେ ସାଧାରଣ ଖେଳାଳି ଭାବେ ୨୦୨୪ ଆଇପିଏଲ ସିଜିନରେ ନଜର ଆସିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା କରିବେ ଟିମ୍ ପରିଚାଳନା ବିଭାଗ ।