ନିର୍ଭୟାକୁ ମୁକେଶ ଦୁଷ୍କର୍ମ କରିନଥିଲେ, କେବଳ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ: ଓକିଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ମୁକେଶର ଶୁଣାଣି ଶେଷ ହୋଇଛି । ଆଜି ପ୍ରକାଶ ପାଇବ ରାୟ । ରାଜକ୍ଷମା ଖାରଜ ବିରୋଧରେ ଚାଲେଞ୍ଜ କରି ଦ୍ଵାରସ୍ଥ ହୋଇଥିଲା ମୁକେଶ । ଫାଶୀକୁ ଆଉ ଦୁଇ ଦିନ ଥିବାବେଳେ ତାପୂର୍ବରୁ ଆଜି ସର୍ବୋଚ୍ଚ ଅଦାଲତଙ୍କ କଣ ରାୟ ଆସିବ ।ତା ଉପରେ ସମସ୍ତଙ୍କ ନଜର ରହିଛି । ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ ଅଶୋକ ଭୂଷଣ, ଏ ଏସ୍‌ ବୋପାନ୍ନା, ଆର ଭାନୁମତିଙ୍କ ଖଣ୍ଡପୀଠରେ ଶୁଣାଣି କରାଯାଇଥିଲା ।

ଶୁଣାଣି ବେଳେ ମୁକେଶର ଓକିଲ ରାଜକ୍ଷମା ଖାରଜର ନ୍ୟାୟିକ ତଦନ୍ତ ପାଇଁ ଯୁକ୍ତି କରିଥିଲେ । ଏହି ସମୟରେ କୋର୍ଟ ରୁମରେ ଏକ ନାଟକୀୟ ମୋଡ ନେଇଥିଲା ମୁକେଶ ସିଂ ଓକିଲଙ୍କ ଯୁକ୍ତି । ପୁରୁଣା କଥା ଉଠାଇ ସେ ବିଚାରପତିଙ୍କ ନିଷ୍ପତିକୁ ବଦଳାଇବା ପାଇଁ ପ୍ରୟାସ କରିଥିଲେ । ନିର୍ଭୟାକୁ ମୁକେଶ ଦୁଷ୍କର୍ମ କରିନଥିଲେ, କିନ୍ତୁ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ  ।

ଏଥିପାଇଁ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ  ବୋଲି ଓକିଲ କହିଛନ୍ତି । ତିହାର ଜେଲରେ ମୁକେଶକୁ ହଇରାଣ କରାଯାଉଛି । ତାକୁ ଯୌନ ନିର୍ଯାତନା ଦିଆଯାଉଛି । ଏକଥା ଜେଲ ପ୍ରଶାସନ ଜାଣିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ମୁକେଶର ଓକିଲ କହିଛନ୍ତି ।

Leave a Reply