କେଉଁଠି ଧୋନି ଖେଳିବେ କ୍ୟାରିୟରର ଶେଷ ଟି-୨୦?

1 min read

ଚେନ୍ନାଇ: କ୍ରିକେଟରୁ ଅବସର ନେଇ ଏକ ବଡ଼ ଘୋଷଣା କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଇପିଏଲ ସିଜିନ୍-୧୪ରେ ଚମ୍ପିଆନ ହେବା ପରେ ଗତକାଲି ଚେନ୍ନାଇ ବିଜୟ ଉତ୍ସବ ମନାଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚମ୍ପିଆନ କରିବା ପରେ ଟି-୨୦ ବିଶ୍ବକପରେ ଭାରତୀୟ ଦଳର ମେଣ୍ଟର ଭାବରେ ଟିମରେ ସାମିଲ ହୋଇଥିଲେ । ତେଣୁ ବିଶ୍ବକପରୁ ଧୋନି ଫେରିବା ପରେ ଗତକାଲି ଏହି ବିଜୟ ଉତ୍ସବ ଚେନ୍ନାଇରେ ପାଳନ କରାଯାଇଥିଲା । ତେବେ ଏହି ଉତ୍ସବରେ ଧୋନି ଆଇପିଏଲରୁ ଅବସର ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଧୋନି ତାଙ୍କ ଭବିଷ୍ୟତକୁ ନେଇ କହିଥିଲେ କି ମୁଁ ମୋର ଶେଷ ଟି-୨୦ ମ୍ୟାଚ ଚେନ୍ନାଇରେ ଖେଳିବାକୁ ଚାହୁଁଛି । ମୁଁ ସବୁବେଳେ ମୋର କ୍ରିକେଟରେ ପ୍ଲାନ କରିଥାଏ । ମୁଁ ମୋର ଶେଷ ଦିନିକିଆ ମ୍ୟାଚ ମଧ୍ୟ ମୋର ହୋମ୍ ଟାଉନ ରାଞ୍ଚିରେ ଖେଳିଥିଲି । ଆଉ ଏବେ ଚାହୁଁଛି କି ମୋର ଶେଷ ଟି-୨୦ ଚେନ୍ନାଇରେ ଖେଳିବି । କିନ୍ତୁ ଏହା ଆସନ୍ତାବର୍ଷ ହେବ କି ଆଉ ୫ ବର୍ଷ ପରେ ତାହା କିଛି ଜଣା ନାହିଁ ।

ଶନିବାର ଚେନ୍ନାଇରେ ହୋଇଥିବା ଏହି ଉତ୍ସବରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଚେନ୍ନାଇ ସୁପର କିଙ୍ଗ୍ସ ମାଲିକ ଏନ.ଶ୍ରୀନିବାସନ, ବିସିସିଆଇ ସମ୍ପାଦକ ଜୟ ଶାହା ଯୋଗ ଦେଇଥିଲେ । ଏହି ଉତ୍ସବରେ ଦୋନି ଆହୁରି କହିଥିଲେ କି ଚେନ୍ନାଇ ସୁପର କିଙ୍ଗ୍ସର ଲୋକପ୍ରିୟତା କେବଳ ଚେନ୍ନାଇରେ ସୀମିତ ହୋଇ ରହିନାହିଁ । ସାରା ଦେଶରେ ବେଶ୍ ଲୋକପ୍ରିୟ ଚେନ୍ନାଇ ସୁପର କିଙ୍ଗ୍ସ । ଏମିତି କି ଆମେ ଯେତେବେଳେ ସାଉଥ ଆଫ୍ରିକା ଓ ୟୁଏଇରେ ମଧ୍ୟ ଖେଳୁଥିଲୁ ସେ ସମୟରେ ବି ବହୁ ଫ୍ୟାନ ଆମ ସର୍ପଟରେ ଆସିଥିଲେ । ତେଣୁ ଏହି ଦଳ ସାରା ଦେଶରେ ବେଶ୍ ଲୋକପ୍ରିୟ ବୋଲି କହିଥିଲେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

Leave a Reply