ପ୍ରେମିକ ସହ ମିଶି ବାପା ଓ ଭାଇଙ୍କୁ ହତ୍ୟା କଲା ନାବାଳିକ ଝିଅ

ନନ୍ଦିଘୋଷ ବ୍ୟୁରୋ: ଜବଲପୁର ରେଲଓ୍ବେ କଲୋନୀରେ ଡବଲ ମର୍ଡର ଘଟଣାରେ ଗୋଟିଏ ପରେ ଗୋଟିଏ ସତ ସାମନାକୁ ଆସୁଛି । ରାଜକୁମାର ବିଶ୍ବକର୍ମା ଏବଂ ତାଙ୍କ ପୁଅ ହତ୍ୟା ଘଟଣାରେ ନିଜ ଝିଅ କାଭ୍ୟା ସାମିଲ ଥିବା ପୋଲିସ ସୂତ୍ରରୁ ଅନୁମାନ କରାଯାଉଛି । ତେବେ ପ୍ରେମ ବ୍ୟାପାରୁ ଏହି ହତ୍ୟା ଘଟଣାର ପରିକଳ୍ପନା କରାଯାଇଥିବା କୁହାଯାଉଛି । ମୁକୁଲ ନାମକ ଯୁବକଙ୍କୁ କାଭ୍ୟା ଭଲ ପାଉଥିବାବେଳେ ଉଭୟ ନେପାଳ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ରାଜକୁମାର ଥାନାରେ ଏତଲା ଦେବା ସହ ମୁକୁଲ ନାମରେ ମାମଲା ମଧ୍ୟ ରିଲିଜ ହୋଇଥିଲା । ତେବେ ନିକଟରେ ମାଟ୍ରିକ ପରୀକ୍ଷା ଦେଇଥିବା କାଭ୍ୟା ମୁକୁଲଙ୍କ ସହ ଫୋନରେ କଥା ହେବା ସହ ସମ୍ପର୍କ ଅଧକ ଆଗେଇଥିଲେ । ତେବେ ପରିବାର ଲୋକେ ଏହାକୁ ବାରଣ କରୁଥିବାବେଳେ ଝିଅ ବାପା ଏବଂ ଭାଇଙ୍କୁ ମାରିବା ପାଇଁ ୬ ମାସ ହେବ ଯୋଜନା ପ୍ରସ୍ତୁତ କରିଥିଲା ।

ସିସିଟିଭି ଯାଞ୍ଚ ପରେ ଜଣା ପଡ଼ିଛି କି, ମୁକୁଲ ଏକ ଗ୍ୟାସ କଟର ଧରି ରାତିରେ ରେଲଓ୍ବେ କଲୋନୀରେ ରାତିରେ ବୁଲୁଥିଲା ।  ଏବଂ ଘରର ଝରକା ମଧ୍ୟ ଗ୍ୟାସ କଟରରେ କଟା ଯାଇଛି । ଉଭୟ ନିଜର ମୋବାଇଲ ଘରେ ଛାଡ଼ି ପଳାଇଥିଲେ । କାହିଁକି ନାଁ ପୋଲିସ ସେମାନଙ୍କୁ ଯେପରି ଟ୍ରାକ୍ କରିନପାରେ । ମାତ୍ର ସେମାନେ ଅନ୍ୟ ଏକ ମୋବାଇଲରୁ ରେଣ୍ଟୁରାଣ୍ଟରେ ଖାଇଥିବାବେଳେ ସେଠାରେ ପେମେଣ୍ଟ କରିଥିଲେ । ଏବଂ ସିସିଟିଭିରେ ମଧ୍ୟ କଏଦ ହୋଇଛି କି ଉଭୟ ପ୍ରଥମେ ସ୍କୁଟିରେ ଘରୁ ଯାଇଥିଲେ । ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ଏଯାବତ ପତ୍ତା ମିଳିନାହିଁ ।