spot_img

Latest Posts

ଅମାନିଆ ଅପରାଜିତାଙ୍କୁ ନିଜ ଦଳରୁ ତୀବ୍ର ବିରୋଧ: ତେରେଛା ବାଣ ମାରିଲେ ମୁଖପାତ୍ର ସୋନାଲି ସାହୁ

ଭୁବନେଶ୍ବର: ବିଜେପିର ଅମାନିଆ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭାରି ପଡିବାରେ ଲାଗିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୀତି କରିବା । ପୁରୀବାସୀ ଓ ଶ୍ରୀମନ୍ଦିର ସେବାୟତ କଥା ଛାଡନ୍ତୁ, ନିଜ ଦଳରୁ ମଧ୍ୟ ସାଂସଦ ମାଡ୍ୟାମଙ୍କ ଏହି କାମକୁ ତୀବ୍ର ସମାଲୋଚନା କରାଯାଇଛି । ପୁରୀ ଓ ଶ୍ରୀମନ୍ଦିର ବିକାଶରେ ଅପରାଜିତା କେଁ ପୂରାଇବାକୁ ନେଇ ବିଜେପି ମୁଖପାତ୍ର ସୋନାଲି ସହୁ ଚେରଛା ବାଣ ମାରିଥିବା ବେଳେ ସ୍ଥାନୀୟ ବିଧାୟକ ବିକାଶକୁ ବିରୋଧ କରିବା ଠିକ ନୁହେଁ ବୋଲି କହିଛନ୍ତି । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ ମ୍ୟାଡାକ ଶୋ’ବାଜି କରୁଥିବା କହି ଟାର୍ଗେଟ କରିଥିବା ବେଳେ କପଟ କଲେ ମହାପ୍ରଭୁ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।

‘ଅପରାଜିତାଙ୍କ କୁତ୍ସିତ ରାଜନୀତିକୁ ଘୃଣା କରୁଛି’

ଗୁରୁତ୍ବପୂର୍ଣ୍ଣ କଥା ହେଲା ବଡଦାଣ୍ଡ ରାଜରାସ୍ତାରେ ଗତକାଲି ଅପରାଜିତା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଡ୍ରାମା କରିଛନ୍ତି । ଶୋ’ବାଜି କରି ଚର୍ଚ୍ଚାରେ ରହିବାକୁ ସାଂସଦଙ୍କ ଏହି ଉଦ୍ୟମକୁ ନିଜ ଦଳ ମଧ୍ୟରୁ ବିରୋଧ କରାଯାଉଛି । ସାଂସଦଙ୍କ ଏମିତି କାମକୁ ନେଇ ତେରେଛା ବାଣ ମାରିଛନ୍ତି ମୁଖପାତ୍ର ସୋନାଲି ସାହୁ । କହିଛନ୍ତି, ‘ଜଗନ୍ନାଥ ଆମ ମୁରବି, ତାଙ୍କ ବିଷୟରେ ଯାହା କହିବା ଠିକ୍ କହିବା । ଜଗନ୍ନାଥଙ୍କ ଉପରେ ଟିପ୍ପଣୀ କରିବା ଧୃଷ୍ଟତା ହେବ । ଭଗବାନଙ୍କ ନାଁରେ ଅପରାଜିତାଙ୍କ କୁତ୍ସିତ ରାଜନୀତିକୁ ଘୃଣା କରୁଛି ।’

ସେ ଆଗକୁ କହିଛନ୍ତି, ‘ବିଜେପିର ଆଭିମୁଖ୍ୟ ଏକଦମ ସ୍ପଷ୍ଟ । ଦଳ କୌଣସି ନିର୍ମାଣ ବା ବିକାଶମୂଳକ କାମକୁ ବିରୋଧ କରୁନି । ଜଣେ ଅଣ ଓଡ଼ିଆଙ୍କୁ ଆମେ ନିର୍ବାଚିତ କରିଛୁ ଓ ସଂସଦକୁ ପଠାଇଛୁ । ଜଣେ ଅଣ ଓଡ଼ିଆଙ୍କୁ ସଂସଦକୁ ପଠାଇବା ଆମ ସିଷ୍ଟାଚାର ।

‘ମହାପ୍ରଭୁଙ୍କ ବିକାଶ କାମକୁ ବିରୋଧ ଠିକ ନୁହେଁ’

ସେପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପୁରୀ ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି, ‘ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାକୁ ଆଗକୁ ନବଢ଼ାଇ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରାଯିବା ଉଚିତ । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସାମୁହିକ ବିକାଶ ନେଇ କାର୍ଯ୍ୟ କରାଯାଉଥିବା ବେଳେ ଏହାକୁ ବିରୋଧ କରିବା ଠିକ କଥା ନୁହେଁ ।’

ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ  ଏଏସଆଇକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପୁରୀ ବିଧାୟକ । ସେ କହିଛନ୍ତି, ‘ଏଏସଆଇ ଜାଣତରେ ସବୁ କିଛି ହେଉଛି । ବିକାଶ କାମକୁ ବିରୋଧ କରୁନୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କରାଯାଉଛି। ବାତ୍ୟାରେ ଯେମିତି ପ୍ରଭାବିତ ନହେବ ସେମିତି କରାଯାଉଛି । କେବଳ ଏଏସଆଇର ଅନୁମତିକୁ ନେଇ ଅସୁବିଧା ରହିଛି । ସେ ବିକାଶ ପାଇଁ କାମ କରୁଛନ୍ତି, ଯିଏ ରାଜନୀତି କରୁଛନ୍ତି କରନ୍ତୁ । ସ୍ବର୍ଗଦ୍ବାରଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଚାରିପାଖ ସବୁଠି ବିକାଶ ହେଉଛି । ସ୍ଥାନୀୟ ବିଧାୟକ ଭାବେ ପୁରୀରେ ଦ୍ରୁତ ବିକାଶ ହେଉଥିବା ଅନୁଭବ କରୁଛି ।’

‘ଅପରାଜିତାଙ୍କ ପଦଯାତ୍ରା କେବଳ ଶୋ ବାଜି’

କେବଳ ନିଜ ଦଳରୁ ନୁହେଁ ବଡଦାଣ୍ଡରେ ଅପରାଜିତାଙ୍କ ପଦଯାତ୍ରା ପଲିଟିକ୍ସକୁ ଶାସକ ଦଳ ବିଜେଡି ପକ୍ଷରୁ ମଧ୍ୟ ତୀବ୍ର ସମାଲୋଚନା କରାଯାଇଛି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅପରାଜିତାଙ୍କ ଶ୍ରୀମନ୍ଦିର ଦରଦକୁ ଶୋ’ବାଜି କହିଛନ୍ତି । ଅପରାଜିତାଙ୍କୁ ଟାର୍ଗେଟ କରି ପ୍ରମିଳା କହିଛନ୍ତି, ‘ତାଙ୍କୁ ନିଜ ଦଳ ମଧ୍ୟ ସମର୍ଥନ ମିଳୁନି । ପ୍ରଶାସନର ବାରଣ ପରେ ତାଙ୍କର ପୁରୀ ଯିବା ଉଚିତ୍ ନଥିଲା । ନିଜର ଆଡଭାଟାଇଜ କରିବାକୁ ଚାହୁଁଛନ୍ତି । ନୂଆ ନୂଆ ରାଜନୀତିକୁ ଆସିଛନ୍ତି । ଶଷା’ବାଜି ନକଲେ ତିଷ୍ଠି ପାରିବେନି ।’

ସେ ଆଗକୁ କହିଛନ୍ତି, ‘ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାମ ବେଆଇନ କି ଆଇନଗତ ତାହା ପ୍ରଶାସନର ଦାୟିତ୍ବ । ଗଜପତି ଏବଂ ସେବାୟତମାନେ ଏହାକୁ ସମର୍ଥନ କରୁଛନ୍ତି । ସେ ଜଣେ ବ୍ୟକ୍ତି ଯିଏ କହୁଛନ୍ତି ଭୁଲ କାମ ହେଉଛି । ଶ୍ରୀଜଗନ୍ନାଥଙ୍କଚ ନେଇ ସେ ଏତେ ବଡ କଥା କହୁଥିବା ବେଳେ ତାଙ୍କୁ ନିଜ ଦଳର ସମର୍ଥନ ମିଳୁନଥିବାରୁ ଲଜ୍ଜାବୋଧ କରିବା କଥା ।’

‘କପଟର ଜବାବ ମହାପ୍ରଭୁ ଦେବେ’

ସେହିପରି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଯିଏ କପଟ କରିବେ, ତାହାର ଜବାବ ମହାପ୍ରଭୁ ଦେବେ । ଗଜପତି ବିବୃତି ଦେଲେ ଶ୍ରୀମନ୍ଦିର ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସେବାୟତମାନେ ବିକାଶ କାମକୁ ବିରୋଧ ନକରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି । ପୁରୀବାସୀ ନିର୍ମାଣ କାମକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଏମିତି ସ୍ଥିତିରେ ପରିକ୍ରମା ପ୍ରକଳ୍ପକୁ କେହି ବିରୋଧ କରିବା ଉଚିତ ନୁହେଁ ।’

ଶ୍ରୀମନ୍ଦିର ପ୍ରକଳ୍ପକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କୁ ସେମାନଙ୍କ ଲୋକେ ହିଁ ଉତ୍ତର ଦେଉଛନ୍ତି । ଯେଉଁ ଲୋକମାନେ ଭୋଟ ଦେଇ ସରକାର ଗଢଛନ୍ତି ସେମାନେ ହିଁ ଜାଣିଛନ୍ତି ଯେ କିଏ ଓଡ଼ିଶା ପାଇଁ କେତେ ଉନ୍ନତି କରୁଛନ୍ତି ଓ କିଏ ବିରୋଧ କରୁଛନ୍ତି । ଠିକ ସମୟରେ ଲୋକେ ତାହାର ଜବାବ ଦେବେ । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ କାର୍ଯ୍ୟରେ ରାଜନୀତି କରିବା କଥା ନୁହେଁ । ମିଥ୍ୟା ପ୍ରଚାର କରିବା ଅନୁଚିତ ବୋଲି ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ଅନନ୍ତ ।

ଅନ୍ୟପଟେ ଖୁବ୍‌ ଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି । ଏନେଇ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ନେଉଛି, ଅନୁଧ୍ୟାନ ପରେ ରିପୋର୍ଟ ଦେବେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି କିଛି କହୁଛନ୍ତି। ବହୁତ ଲୋକ ବହୁତ କଥା କହୁଛନ୍ତି। ରାଜନୀତି ସରିବା ପରେ ବିଧାନସଭା ଗୃହ କମିଟି ଅନୁଧ୍ୟାନ ପାଇଁ ଯିବ ବୋଲି ବାଚସ୍ପତି କହିଛନ୍ତି ।

Latest Posts

Don't Miss