ତରକାରୀ ସ୍ୱାଦ ଖରାପ ପାଇଁ ଘରେ କଳି,ମା’-ପୁଅଙ୍କ ଆତ୍ମହତ୍ୟା

ବ୍ୟୁରୋ ରିପୋର୍ଟ: ପାରିବାରିକ କଳହର କରୁଣ ପରିଣତି । ମନ ପସନ୍ଦ ତରକାରୀ ହେଲା ବି ବୋଲି ଆତ୍ମହତ୍ୟା । ଜାଲେନରୁ ଆସିଛି ଏଭଳି ଅଭାବନୀୟ ଘଟଣା । ୫୫ ବର୍ଷୀୟା ବେବି ଚୌହ୍ବାନ ଏବଂ ତାଙ୍କ ୨୮ ବର୍ଷୀୟ ପୁଅ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ତେବେ ଏମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ତରକାରୀ । ବେବିଙ୍କ ପୁଅ ଯେତେବେଳେ ଘରକୁ ଫେରିଥିଲେ ସେ ମାଙ୍କୁ ନିଜର ମନପସନ୍ଦର ତରକାରୀ କରିବା ପାଇଁ କହିଥିଲେ । କିନ୍ତୁ ସେତେବେଳକୁ ବେବି ତରକାରୀ କରି ସାରିଥିଲେ । ମାତ୍ର ପୁଅ ନିଜ ଜିଦରେ ଅଟଳ ଥିଲେ ।

ଏହାପରେ ମା ପୁଅଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ବେବି ପୁଅ ସହ ଝଗଡ଼ା କରିବା ପରେ ରାଗରେ ବିଷ ପିଇ ଦେଇଥିଲେ । ଆଉ ଏହି କଥା ତାଙ୍କ ପୁଅ ଜାଣିବା ପରେ ନିଜକୁ ଦୋଷୀ ବୋଲି ଭାବିବା ସହ ନିଜେ ରଶି ଲଗାଇ ଜୀବନ ହାରିଥିଲେ । ପଡ଼ୋଶୀମାନେ ପୋଲିସକୁ ଖବର ଦେବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।