spot_img

Latest Posts

ରାଜ୍ୟରେ ୫୦ ହଜାର ଟପିଲା ସାମ୍ପୁଲ ଟେଷ୍ଟ…ଯାଜପୁରରେ ସର୍ବାଧିକ ୫୫ ସଂକ୍ରମିତ ଚିହ୍ନଟ, ଦ୍ୱିତୀୟରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨ଶହ ଟପିଛି। ରାଜ୍ୟରେ ୫୦ହଜାର ଟପିଲା ସାମ୍ପୁଲ ଟେଷ୍ଟ। ମୋଟ ୫୦ ହଜାର ୫୧୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ୩୦୬୦ ସାମ୍ପୁଲ ଟେଷ୍ଟ ହୋଇଛି। ଏହା ମଧ୍ୟରୁ ୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏବେ ସୁଦ୍ଧା ୨୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୨ଟି ଆକ୍ଟିଭ୍ କେସ ରହିଛି। ୬୧ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଜିଲ୍ଲାଓ୍ବାରୀ ତଥ୍ୟ ଅନୁସାରେ, ସଂକ୍ରମିତ ତାଲିକାରେ ସବୁଠୁ ଉପରେ ରହିଛି ଯାଜପୁର। ଜିଲ୍ଲାରେ ୫୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪ଟି ଆକ୍ଟିଭ୍ କେସ ରହିଛି।

ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ

ତାତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା, ୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରେ ୨୫ ଓ ଭଦ୍ରକରେ ୨୧ ଜଣ ସଂକ୍ରମିତ ଅଛନ୍ତି। ତେବେ ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରୁ ୧୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ମୟୂରଭଞ୍ଜରେ ଆଜି ଖାତା ଖୋଲିଛି କରୋନା। ୩ ସୁରତ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଜଗତସିଂହପୁରରେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ପଶ୍ଚିମ ଓଡିଶା ଉପରେ ଯଦି ନଜର ପକାଇବା ତେବେ ସୁନ୍ଦରଗଡରୁ ୧୨, ଝାରସୁଗୁଡାରୁ ୨, ବଲାଙ୍ଗିରରୁ ୨, କଳାହାଣ୍ଡିରୁ ୨ ଓ ଦେବଗଡରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ୨୦୫ ପଜିଟିଭ୍ କେସ୍ ଥିବା ବେଳେ ୧୪୨ ଜଣ ଚିକିତ୍ସାଧୀନ ଅଛନ୍ତି । ସେପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Latest Posts

Don't Miss