ଟଙ୍କାର ପାହାଡ଼ IAS, ଘରୁ ମିଳିଲା ନଗଦ ୨୫ କୋଟି

More than 25 Crore Cash Found At House Of IAS Pooja Singhal’s CA

ରାଞ୍ଚି: ବିଡ଼ା ବିଡ଼ା ଟଙ୍କା । ଟଙ୍କାରେ ଖଟ ଫୁଲ୍ । ଆଉ ରଖିବାକୁ ଜାଗା ନାହିଁ । ଏ ନୋଟ ସବୁ ଅସଲି । ନୋଟ୍ ରଖିଥିବା ଅଧିକାରୀ ଜଣଙ୍କ ବି ଅସଲି ଆଇଏଏସ୍ । ରେଡ୍ ବେଳେ ଇଡି ଆଇଏଏସ୍ ପୂଜା ସିଂଘଲଙ୍କ ଘରୁ ନଗଦ ୨୫ କୋଟିରୁ ଅଧିକ ଟଙ୍କା ଜବତ କରିଛି । ଏବେ ଝାଡ଼ଖଣ୍ଡ ସରକାରରେ ଖଣି ସଚିବ ଥିବା ପୂଜାଙ୍କ ଘରୁ ଏତେ ପରିମାଣର ନଗଦ ଦେଖି ତାଜୁବ ହୋଇଯାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜବତ ଟଙ୍କା ଗଣିବାକୁ ଏକାଧିକ ମେସିନ୍ ଅଣାଯାଇଥିବା ବେଳେ ନୋଟ୍ ନୋଟ୍ ଗଣି ଗଣି ମେସିନ୍ ଗରମ ହୋଇ ଖରାପ ବି ହୋଇ ଯାଇଛି । ପରେ ନୂଆ ମେସିନ୍ ଅଣାଯିବା ପରେ ଚାଲିଛି ନୋଟ୍ ଗଣତି ।

ଆଇଏଏସ୍ ପୂଜା ସିଂଘଲଙ୍କ ଲିଙ୍କରେ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ପଞ୍ଜାବରେ ଛାପା ମାରିଛି ଇଡି । ୫ ବର୍ଷ ତଳର ଖଣି ଦୁର୍ନୀତିକୁ ନେଇ ରେଡ୍ ବେଳେ ମିଳିଛି ଆଇଏଏସ୍ ପୂଜାଙ୍କ ଘରୁ କୋଟି କୋଟି ଟଙ୍କା । ବେଡରୁ ଟଏଲେଟ୍, ସୋଫାରୁ ସୁଟକେସ୍ ଇଡି ଅଧିକାରୀ ଯେଉଁଠି ଅଣ୍ଡାଳି ଥିଲେ ସେଠୁ ପାଇଥିଲେ ବିଡ଼ା ବିଡ଼ା, ପୁଳା ପୁଳା ଟଙ୍କା । ଜବତ ଟଙ୍କା ୨ ଦିନ ଧରି ଗଣା ଚାଲିଛି ଯେ ସରୁନି । ଟଙ୍କା ଟଙ୍କା ଗଣି ଗଣି ଅନେକ ମେସିନ୍ ଖରାପ ହୋଇ ଯାଇଥିବା ବେଳେ ହାଲିଆ ହୋଇ ଗଲେଣି ଇଡି ଅଧିକାରୀ ।

More than 25 Crore Cash Found At House Of IAS Pooja Singhal’s CA

ପୂଜା ସିଂଘଲଙ୍କ ସହ ତାଙ୍କ ଚାର୍ଟର ଆକାଉଣ୍ଟାଣ୍ଟଙ୍କ ଘରୁ ମଧ୍ୟ ଇଡି ୧୭ କୋଟି ଟଙ୍କା ଜବତ କରିଛି । ପୂଜାଙ୍କ ସ୍ୱାମୀ ଅବିନାଶ ଝା ମଧ୍ୟ ଇଡି ସ୍କାନରରେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ, ଜବତ ନଗଦ ଛଡ଼ା ଆଇଏଏସ୍ ପୂଜା ଓ ତାଙ୍କ ସହଯୋଗୀ ଅନେକ କମ୍ପାନୀରେ ଅର୍ଥ ଖଟାଇଛନ୍ତି । ରାଞ୍ଚିରେ ଥିବା ପୂଜାଙ୍କ ପଲ୍ସ ହସ୍ପିଟାଲରେ ବି ଦୁଇଦିନ ହେଲା ରେଡ୍ ଜାରି ରହିଛି । ଯାଞ୍ଚ ବେଳେ ଜଣାପଡ଼ିଛି ମହାରାଷ୍ଟ୍ରର ଏକ ହସ୍ପିଟାଲରେ ବିପୁଳ ଟଙ୍କା ନିବେଶ କରିଛନ୍ତି ପୂଜା ସିଂଘଲ । ଏବେ ବି ରେଡ୍ ଜାରି ରହିଛି । ଆଉ କେଉଁଠି କେତେ ଟଙ୍କା ଲୁଚାଇ ରଖିଛନ୍ତି ଆଇଏଏସ୍ ପୂଜା ସିଂଘଲ ଚାଲିଛି ‘ଅପରେସନ୍ ଖାନ୍’ ।