କେରଳରେ ଦ୍ରୁତ ଗତିରେ ବ୍ୟାପୁଛି ହେପାଟାଇଟିସ୍ ଏ, ଦୁଇ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ
କୋଚି: କେରଳରେ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ହେପାଟାଇଟିସ୍ ଏ ରୋଗ । ଯକୃତ ସଂକ୍ରମଣ କାରଣରୁ କେରଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ତଥାପି, ଏଥିରେ କୌଣସି ସୁଧାର ଆସିନଥିବା ଜଣାପଡିଛି।
କେରଳର ମାଲାପୁରମ୍, ଏର୍ନାକୁଲମ୍, କୋଜିକୋଡେ ଏବଂ ଥ୍ରିସୁରରେ ହେପାଟାଇଟିସ୍ ଏ ରୋଗ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଏହି ରୋଗର ୨ ହଜାର ରିପୋର୍ଟ ସାମନାକୁ ଆସିଛି । ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ରୋଗ କେରଳରେ ଏକ ସାଂଘାତିକ ରୂପ ନେଉଛି।
ହେପାଟାଇଟିସ୍ ଏ କ’ଣ ଏବଂ ଏହି ରୋଗ କିପରି ସାଂଘାତିକ ହୁଏ?
ହେପାଟାଇଟିସ୍ ଏ ଖରାପ ପାଣି ଏବଂ ଦୂଷିତ ଖାଦ୍ୟ ଯୋଗୁଁ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ରୋଗୀ ଠାରେ ଗମ୍ଭୀର ଲକ୍ଷଣ ଦେଖା ଦିଏ ନାହିଁ । ଅଧିକାଂଶ କ୍ଷେତ୍ରରେ ରୋଗୀ ସୁସ୍ଥ ହୋଇଯାଏ, କିନ୍ତୁ କେତେକ କ୍ଷେତ୍ରରେ ଏହି ରୋଗ ଗୁରୁତର ହୋଇଯାଏ। ହେପାଟାଇଟିସ୍ ଯକୃତ ସଂକ୍ରମଣର କାରଣ ହୋଇଥାଏ | ଏହି ଜୀବାଣୁ ଯକୃତକୁ ଆକ୍ରାନ୍ତ କରିଥାଏ। ଏହା ମଧ୍ୟ କେତେକ ରୋଗୀଙ୍କଠାରେ ଜଣ୍ଡିସ ସୃଷ୍ଟି କରିଥାଏ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ ତେବେ ଏହା ଯକୃତକୁ କ୍ଷତି ପହଞ୍ଚାଇଥାଏ । ଏହି ରୋଗ ଯକୃତ ବିଫଳତାର କାରଣ ମଧ୍ୟ ହୋଇଥାଏ । ଏପରି ପରିସ୍ଥିତିରେ ଯକୃତ ପ୍ରତିରୋପଣ ଆବଶ୍ୟକ ହୋଇଥାଏ । ଯଦି ଏହା ନହୁଏ ତେବେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ରହିଥାଏ ।
ଲକ୍ଷଣ:
କ୍ଲାନ୍ତି ଲାଗିବା
ହଠାତ୍ ବାନ୍ତି ଲାଗିବା
ପେଟ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା
ମାଟି କିମ୍ବା ବାଦାମୀ ଝାଡା
ଭୋକ ନ ହେବା
ଜ୍ୱର
ଗାଢ ରଙ୍ଗର ପରିସ୍ରା
ଗଣ୍ଠି ଯନ୍ତ୍ରଣା
ଚର୍ମ ହଳଦିଆ ଏବଂ ଆଖିର ଧଳା ରଙ୍ଗ (ଜଣ୍ଡିସ)
ଶରୀରରେ ଘା’
ଚିକିତ୍ସା:
ଯଦି ଆପଣଙ୍କ ଠାରେ ହେପାଟାଇଟିସ୍ ଏ ର ଲକ୍ଷଣ ଦେଖାଯାଉଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ହେପାଟାଇଟିସ୍ ଏ ଟିକା କିମ୍ବା ଇମ୍ୟୁନୋଗ୍ଲୋବୁଲିନ୍ ନାମକ ଏକ ଆଣ୍ଟିବଡି ଇଞ୍ଜେକ୍ସନ୍ ଆପଣଙ୍କୁ ଜୀବାଣୁ ସଂସ୍ପର୍ଶରେ ଆସିବାର ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣରୁ ରକ୍ଷା କରିପାରିବ।