୧୪ ଲକ୍ଷରୁ ଅଧିକ ଟଙ୍କାର ୫ ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ

ବରଗଡ଼: କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ଼ ସଫଳତା । ବରଗଡ଼ ବରପାଲିରୁ  ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ନକଲି ନୋଟ ଜବତ ।  ୨ ଆନ୍ତରାଜ୍ୟ ଜାଲ ନୋଟ ବେପାରୀ ଗିରଫ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପାଟୁ ଯାଦବ ଓ ବଳରାମ ମେହେର । ଜାଲ ନୋଟ ଟଙ୍କା ଡେଲିଭରି କରିବାକୁ ଯିବା ସମୟରେ ବରପାଲି ଥାନା ପୋଲିସ ସହାୟତାରେ ଅଭିଯୁକ୍ତକୁ ମାଡି ବସିଥିଲା ଏସଟିଏଫ ।

ନୋଟ୍ ବେପାରୀ ଏକ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ବଦଳରେ ୩୦ ହଜାର ଟଙ୍କା ନେଉଥିଲେ । ମାଷ୍ଟରମାଇଣ୍ଡ ପଟୁ ବିହାରରୁ ଜାଲ୍ ନୋଟ୍ ଆଣି ବଳରାମକୁ ଦେଇଥିଲା । ଖବର ପାଇ ବଳରାମ ଘରେ ଚଢାଉ କରିଥିଲା ଟିମ୍ । ବଳରାମ ପାଖରୁ ୧୩ ଲକ୍ଷ ଜାଲ ନୋଟ ମିଳିଥିଲା । ତାକୁ ପଚାରଉଚୁରା ବେଳେ ପଟୁ ବିଷୟରେ ଜାଣିବାକୁ ପାଇଥିଲା ଏସଟିଏଫ । ଜାଲ ନୋଟ ଲିଙ୍କ ମିଳିବା ପରେ ପଡୋଶୀ ରାଜ୍ୟ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ପୋଲିସ ସହିତ ଯୋଗାଯୋଗ କରିଛି ଏସଟିଏଫ । ଏହି ରାକେଟ୍ ବାବଦରେ ଏନଆଇଏ ଓ ସିଆଇବିକୁ ଅବଗତ କରିଛି ଏସଟିଏଫ । ରାଜ୍ୟ ତଥା ଦେଶ ବାହାରକୁ ଜାଲ୍ ନୋଟ୍ କାରବାର ଚାଲିଥିବା ସନ୍ଦେହ କରୁଛି ଏସଟିଏଫ । ଏମାନଙ୍କ ରାକେଟରେ ଆଉ କେତେ ଜଣ ଅଛନ୍ତି ? କେଉଁ କେଉଁ ସ୍ଥାନକୁ ଜାଲ୍ ନୋଟ୍ ଚାଲାଣ କରିଛନ୍ତି ? କେବଳ ୫୦୦ ଟଙ୍କିଆ ନୋଟ ନା ଅନ୍ୟ ମୂଲ୍ୟର ନୋଟ୍ ଛପାଯାଉଛି ସେ ନେଇ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଏସଟିଫେ । ପୂର୍ବରୁ ବଳରାମ ମେହେର ଜାଲ୍ ନୋଟ୍ କାରବାରରେ ଗିରଫ ହୋଇଥିଲା ।