ନିଜ ଗୁଳିରେ ନିଜେ ଶିକାର ହେଲା ଶିକାରୀ

1 min read

ମୋହନା :  ନିଜ ଗୁଳିରେ ନିଜେ ଶିକାର ହେଲା ଶିକାରୀ। ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ପଦାସାହି ଗାଁରେ ଅଭାବନୀୟ ଘଟଣା l ଶିକାର କରିବାକୁ ଯାଇ ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି l ମୃତ ଶିକାରୀ ହେଲେ ରାୟଗଡ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ l ଗତ ଦୁଇ ମାସ ହେଲା ହରିଶ୍ଚନ୍ଦ୍ର ଓ ତାଙ୍କ ଦୁଇ ସମ୍ପର୍କୀୟ ସହ ମିଶି କୁଙ୍କୁଣୀ ପଦାସାହି ଗାଁରେ ରହି ଖଜୁରୀ କାଟୁଥିଲେ l ତେବେ ଗତକାଲି ରାତିରେ ଗାଁ ଠାରୁ କିଛି ଦୂରରେ ଗୁଳି ଶବ୍ଦ ଶୁଭିଥିଲା l ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ହରିଶ୍ଚନ୍ଦ୍ରଙ୍କ ପାଖରେ ଗୋଟିଏ ଦେଶୀ ବନ୍ଧୁକ ପଡ଼ିଥିବା ବେଳେ ତାଙ୍କ ଅନ୍ତ ବୁଜୁଳା ବାହାରି ପଡ଼ିଥିବା ଦେଖିବାକୁ ପାଇଥିଲେ l ଘଟଣାସ୍ଥଳରେ ସ୍ତ୍ରୀ ପହଞ୍ଚି ଘରେ କୌଣସି ବନ୍ଧୁକ ନଥିବା କହିଛନ୍ତି। ତେବେ ସେ କେଉଁଠୁ ବନ୍ଧୁକ ଆଣିଲେ ତାହା ସେ ଜାଣିନଥିବା କହିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l